ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୧୪ ମାଓବାଦୀ ନିପାତ

ଛତିଶଗଡ଼: ଛତିଶଗଡ଼ ଦନ୍ତେୱାଡ଼ା ଜିଲାରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ। ଦନ୍ତେୱାଡ଼ା ଏବଂ ନାରାୟଣପୁର ଜିଲା ସୀମାରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୪ଜଣ ମାଓବାଦୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଡ଼ିଛି।

ଛତିଶଗଡ଼ରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀ ତଥା ପୁଲିସଙ୍କ ଗୁଳିରେ ୧୪ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏହି ଗୁଳି ବିନିମୟରେ ମୃତ ମାଓବାଦୀଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ବୋଲି ଛତିଶଗଡ଼ ପୁଲିସ ସୂଚନା ଦେଇଛି।

ଆଜି ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଦୀର୍ଘସମୟ ଧରି ହୋଇଥିବା ଗୁଳିବିନିମୟ ପୁଲିସକୁ ସଫଳତା ମିଳିଛି। ଛତିଶଗଡ଼ର ଦନ୍ତେୱାଡ଼ା ଏବଂ ନାରାୟଣପୁର ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ନିହତ ହୋଇଥିବା ସମସ୍ତ ନକ୍ସଲଙ୍କ ମୃତଦେହ ଜବତ କରାଯାଇଛି। ଏଥିସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଖବର ଲେଖା ହେବା ସୁଦ୍ଧା ସ୍ଥାନୀୟ ଅଞ୍ଚଳରେ ଏନକାଉଣ୍ଟର ଜାରି ରହିଥିଲା। ନକ୍ସଲ ପାଲଟା ଆକ୍ରମଣ କରିଥିଲେ ମଧ୍ୟ ସମସ୍ତ ସୁରକ୍ଷାକର୍ମୀ ଥିବା ସୁରକ୍ଷିତ ଥିବା ଦନ୍ତେୱାଡ଼ା ଏସପି ସୂଚନା ଦେଇଛନ୍ତି।

Comments are closed.