www.samajalive.in
Saturday, December 6, 2025
14.1 C
Bhubaneswar

ଅଚ୍ୟୁତାନନ୍ଦଙ୍କୁ ମୋଦୀଙ୍କ ଭାବବିହ୍ବଳ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନିକିଆ ଓଡିଶା ଗସ୍ତରେ ଆସି ୧୫,୫୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ପଥରଚେପାରେ ଆୟୋଜିତ ଜନସଭାରେ ଉଦବୋଧନ ଦେବା ସମୟରେ ନକ୍ସଲ ଗୁଳିରେ ପ୍ରାଣ ହରାଇଥିବା ବଲାଙ୍ଗୀର ସୁପୁତ୍ର ସହିଦ ଅଚ୍ୟୁତାନନ୍ଦ ସାହୁଙ୍କୁ ସ୍ମରଣ କରି ଭାବବିହ୍ବଳ ଭାଷଣ ଦେଇଛନ୍ତି । ସ୍ବର୍ଗତ ଅଚ୍ୟୁତାନନ୍ଦ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୋଦୀ କହିଛନ୍ତି ମାଓବାଦୀମାନେ ତାଙ୍କୁ ହତ୍ୟା କରି ଭୀରୁତାର ପରିଚୟ ଦେଇଛନ୍ତି । କିଛି ସମୟ ପୂର୍ବରୁ ମୁଁ ତାଙ୍କ ପିତା ଓ ଭାଇଙ୍କୁ ଭେଟିବାର ସୁଯୋଗ ପାଇଛି । ଦେଶର ସେବା ପାଇଁ ନିଜ ପୁଅକୁ ଉତ୍ସର୍ଗ କରିଥିବା ଏଭଳି ମାତା-ପିତାଙ୍କୁ ମୁଁ ପ୍ରଣାମ ଜଣାଉଛି । ଦୂରଦର୍ଶନ ମାଧ୍ୟମରେ ଗଣତନ୍ତ୍ରର ପ୍ରତିଛବିକୁ ଦେଶବାସୀ ସମ୍ମୁଖରେ ରଖୁଥିବା ଏଭଳି ସାହାସିକ ବ୍ୟକ୍ତିତ୍ବକୁ ହରାଇବା ଅତ୍ୟନ୍ତ ଦୁଃଖଦ ଘଟଣା । ଅଚ୍ୟୁତଙ୍କ ଏଭଳି ବଳିଦାନ ଦେଶରୁ ଦୁର୍ନୀତି ହଟାଇବା ସଙ୍କଳ୍ପକୁ ଆହୁରି ସୁଦୃଢ କରିଛି ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ରେ ଛତିଶଗଡ଼ ଦାନ୍ତେଓ୍ଵାଡା ଅଞ୍ଚଳର ଅରଣପୁରଠାରେ ନକ୍ସଲଙ୍କ ଆକ୍ରମଣରେ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କ ମୃତ୍ୟୁ ହୋଇଥିଲା। ସହିଦ ଅଚ୍ୟୁତାନନ୍ଦ ସାହୁଙ୍କ ସ୍କୁଲ ଓ କଲେଜ ଜୀବନ ସୁବର୍ଣ୍ଣପୁର ଜିଲ୍ଲାର କଟିଥିବା ବେଳେ ତାଙ୍କ ଜନ୍ମଭୂମି ବଲାଙ୍ଗିର ଥିଲା। ଭାରତୀୟ ସେନାରୁ ସେ ସ୍ୱେଚ୍ଛାକୃତ ଅବସର ନେଇ ୨୦୧୧ ମସିହାରେ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ ଦୂରଦର୍ଶନରେ ଯୋଗ ଦେଇଥିଲେ ।

- Advertisement -

ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଥିଲେ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ ବର୍ଦ୍ଧନ ସିଂହ ରାଠୋର ତାଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବା ନେଇ ଘୋଷଣା କରିଥିଲେ । ମୃତ ଅଚ୍ୟୁତଙ୍କ ପରିବାରର ଦାୟିତ୍ୱ ଆମେ ନେବୁ । ଏଭଳି ବିପଜ୍ଜନକ ସ୍ଥିତିରେ ଜୀବନକୁ ପାଣି ଛଡ଼ାଇ କାମ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସାଲ୍ୟୁଟ୍ ଜଣାଉଛି ବୋଲି ଶ୍ରୀ ରାଠୋର ପ୍ରତିକ୍ରିୟାରେ କହିଥିଲେ ।ଅଚ୍ୟୁତାନନ୍ଦଙ୍କ ସହ ନକ୍ସଲ ସବ୍ ଇନ୍ସିପେକ୍ଟର ରୁଦ୍ର ପ୍ରତାପ ଏବଂ ଆସିଷ୍ଟାଣ୍ଟ କନଷ୍ଟେବଳ ମଙ୍ଗଲୁଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories