www.samajalive.in
Saturday, December 6, 2025
26.1 C
Bhubaneswar

ଜଳ ସହ ଜଡ଼ିତ ବାସ୍ତୁ ନିୟମ

ଜଳକୁ ଜୀବନର ସ୍ରୋତ ବୋଲି କୁହାଯାଇଥାଏ। ପାଣି ବିନା ଜୀବନର କଳ୍ପନା ମଧ୍ୟ କରି ହେବ ନାହିଁ। ଏହି କଥାକୁ ଧ୍ୟାନରେ ରଖି କୁହାଯାଇଥାଏ ଯେ, ଆମେ ପାଣିକୁ ଅଯଥାରେ ନଷ୍ଟ କରିବା ଉଚିତ ନୁହେଁ। ଆବଶ୍ୟକ ଅନୁଯାୟୀ ଏହାର ବ୍ୟବହାର କରିବା ଉଚିତ। ଶାସ୍ତ୍ରରେ ପାଣି ସହ ଜଡ଼ିତ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ଉଲ୍ଲେଖ ରହିଛି। ଏହା ବହୁ ସମସ୍ୟାର ସମାଧାନ କରିଥାଏ। ଜାଣନ୍ତୁ ତାହା କ’ଣ ….
ଗୃହର ବଗିଚାରେ ଥିବା ଗଛଲତା ମାନଙ୍କୁ ନିୟମିତ ପାଣି ଦେବା ଦ୍ୱାରା ଘରେ ସର୍ବଦା ମା’ଲକ୍ଷ୍ମୀଙ୍କ ବାସ ରହିଥାଏ। ସଦସ୍ୟମାନଙ୍କର ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ବର୍ଷା ହେବା ସମୟରେ କିଛି ବର୍ଷା ପାଣି ଏକ କାଚ ପାତ୍ରରେ ଭରି ରଖିଦିଅନ୍ତୁ। ଏହା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ନିୟମିତ ଚାନ୍ଦିର ପାତ୍ରରେ ପାଣି ପିଇବା ଦ୍ୱାରା ମାନସିକ ଚିନ୍ତା ଦୂର ହୋଇଥାଏ। ସକରାତ୍ମକ ଶକ୍ତି ମିଳିଥାଏ। ପାରିବାରିକ ସଂପର୍କ ଉତ୍ତମ ରହିଥାଏ।
ସ୍ନାନ କରିବା ସମୟରେ ପ୍ରଥମେ ନାଭିକୁ ସ୍ନାନ କରାଇବା ଉଚିତ। ଏହା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ। ବ୍ୟକ୍ତିର ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ପାଣିର ଗ୍ଲାସକୁ ଉପହାର ଦିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଅଶୁଭ ହୋଇଥାଏ। ଜୀବନରେ ଆର୍ଥିକ ସସମ୍ୟା ଲାଗି ରହିଥାଏ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories