www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟ ସରକାରଙ୍କୁ ମୋଦୀଙ୍କ ସମାଲୋଚନା ; ଅର୍ଥ ବିନିଯୋଗ ନ କରି ଶୋଇ ରହିଛନ୍ତି

ଭୁବନେଶ୍ୱର : ‘ଏଠାରେ ସରକାର ଟଙ୍କା ଖର୍ଚ୍ଚ ନ କରି ପକାଇ ରଖିଛନ୍ତି, ସରକାରଙ୍କର କ’ଣ ହୋଇଛି ? ସରକାର ଶୋଇ ରହିଛନ୍ତି । ନିର୍ବାଚନ ପର୍ଯ୍ୟନ୍ତ ଟଙ୍କା ପକାଇ ନ ରଖି, ଲୋକଙ୍କ କଥା ବୁଝନ୍ତୁ ସରକାରୀ ଅର୍ଥ ଖର୍ଚ୍ଚ କରି ଲୋକଙ୍କ ଉନ୍ନତି କରନ୍ତୁ’- ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର କହିଛନ୍ତି।

ବଲାଙ୍ଗିର ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ପଥରଚେପାରେ ସାଧାରଣ ସଭାରେ ଉଦବୋଧନ ଦେଇ ଓଡ଼ିଶା ସରକାରଙ୍କୁ ସମାଲୋଚନା କରି ଏହା କହିଛନ୍ତି।

- Advertisement -

ଓଡ଼ିଶାରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଗୁରୁତ୍ୱ ଦେଉଛିନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ରେଳ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ପୂର୍ବର କଂଗ୍ରେସ ସରକାରଙ୍କ ତୁଳନାରେ ଆମେ ଓଡ଼ିଶାକୁ ୫ ଗୁଣ ଅଧିକ ଅର୍ଥ ଦେଇଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି । ଏହି ସଭାରେ ସେ ବିଜେପି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଓ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ।

କଂଗ୍ରେସକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ,ସାରା ଦେଶରେ ୬ କୋଟି ବେଆଇନ ପଡି କାର୍ଡ ରଦ୍ଦ ହୋଇଛି। ପୂର୍ବ ସରକାର ମଧ୍ୟସ୍ଥିଙ୍କ ମାଧ୍ୟମରେ ଏହିସବୁ କାର୍ଡରୁ ଲାଭ ଉଠାଉଥିଲେ। ଏମିତିକି ଜନ୍ମ ହୋଇ ନଥିବା ଲୋକ ନାଁରେ ବି କାର୍ଡ ହୋଇଥିଲା। ନକଲି ପଡି କାର୍ଡ ରଦ୍ଦ ହେବାରୁ ଦଲାଲଙ୍କ ରୋଜଗାର ବନ୍ଦ ହୋଇଛି। ଫଳରେ ସେମାନେ ମୋଦି ଓ ତାଙ୍କ ସରକାରକୁ ଟାର୍ଗେଟ କରୁଛନ୍ତି। ସେହି ଅସାଧୁ  ଦଲାଲମାନଙ୍କୁ ଜେଲ ପଠାଇବା ଆମର ପ୍ରଥମ କାର୍ଯ୍ୟ ବୋଲି ସେ କହିଥିଲେ। ଦେଶର  ଗରିବମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ କି.ଗ୍ରା  ପ୍ରତି ୨ ଟଙ୍କାରେ ଗହମ ଦିଆଯାଉଛି। ସେହିପରି ୩୦ ଟଙ୍କାରେ କିଣା ଯାଉଥିବା ଚାଉଳ ୩ ଟଙ୍କାରେ ଦିଆଯାଉଛି। କିନ୍ତୁ ରାଜ୍ୟ ସରକାର ନିଜ ନାମରେ ଏହାକୁ ବାଣ୍ଟି  ଭୋଟ ଗୋଟାଉଛନ୍ତି। ଦେଶର ଲୁଟ୍ ହେବାକୁ ଥିବା ୯୦ ହଜାର କୋଟି ତା’ଙ୍କ ସରକାର ବନ୍ଦ କରିଛନ୍ତି । ସେହି ଲୁଟେରାମାନେ ଏବେ ମୋ ଠାରୁ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି । ମୋଦିକୁ ରାସ୍ତାରୁ ହଟାଇବାକୁ ସେମାନେ ଏକାଠି ହୋଇଛନ୍ତି। କିନ୍ତୁ ଚୌକିଦାର ଗରିବଙ୍କ ଧନ ଲୁଟ୍ ବନ୍ଦ କରିବାକୁ ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଚୌକିଦାରର ଜୀବନ ପ୍ରତି ବିପଦ ଦେଖାଦେଇଛି। ହେଲେ ତାକୁ ରକ୍ଷା କରିବ କିଏ ? ଏହି ପ୍ରଶ୍ନରେ ଆମେ ତାଙ୍କୁ ରକ୍ଷା କରିବୁ ବୋଲି ସମବେତ ଜନତା ଉଚ୍ଚ ସ୍ବରରେ କହିଥିଲେ। ମୋଦୀ ମୋଦୀ ସ୍ଳୋଗାନରେ ସମାବେଶ ସ୍ଥଳ କମ୍ପି ଉଠିଥିଲା।

ପୂର୍ବରୁ ବଲାଙ୍ଗିର ରେଳ ଷ୍ଟେସନ ନିକଟରେ ସେ ପ୍ରାୟ ୧୫୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଜାନୁଆରୀ ୫ ତାରିଖରେ ବାରିପଦା ଆସି ୪,୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ।  ସେହିପରି ଡିସେମ୍ବର ୨୪ ତାରିଖରେ  ପ୍ରଥମ ଗସ୍ତରେ୧୪,୫୨୩ ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ।

ଚଳିତ ମାସରେ ଏହା ପ୍ରଧାନମନ୍ତ୍ରୀଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ ହୋଇଥିବା ବେଳେ ଗତ ୨୦ ଦିନରେ ଓଡ଼ିଶାକୁ ଏହା ତାଙ୍କର ତୃତୀୟ ଗସ୍ତ । ସେହିପରି ଗତ ବର୍ଷ  ପ୍ରଧାନମନ୍ତ୍ରୀ ୩ ଥର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଚଳିତ ବର୍ଷ ପ୍ରଥମ ମାସର ୧୫ଦିନ ମଧ୍ୟରେ ଏହା ତାଙ୍କର ୨ୟ ଗସ୍ତ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories