www.samajalive.in
Saturday, December 6, 2025
14.1 C
Bhubaneswar

ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା ; ଶିକ୍ଷକ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ

କୋଟଗଡ : ଦାରିଙ୍ଗିବାଡି ସରକାରୀ ଆବାସିକ ଜନଜାତି ଉଚ୍ଚ ବିଦ୍ୟାଳୟରେ  ୮ମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା ସମଗ୍ର ଓଡିଶାରେ ରାଜନୈତିକ ମହଲ ସହ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ଜିଲ୍ଲା ପ୍ରଶାସନ ଦାରିଙ୍ଗିବାଡି ସରକାରୀ ଜନଜାତି ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ କନ୍ଧମାଳ ଜିଲାର ବିଭିନ୍ନ ଆବାସିକ ବିଦ୍ୟାଳୟକୁ ବଦଳି କରାଯାଇଥିଲେ। ଏହାସହ କୋଟଗଡ ଉଚ୍ଚ ବିଦ୍ୟାଳୟକୁ ମଧ୍ୟ  ୮ ଜଣ ଶିକ୍ଷକଙ୍କୁ ବଦଳି କରାଯାଇଛି ଏବଂ କୋଟଗଡ ସରକାରୀ ଉଚ୍ଚ ବିଦ୍ୟାଳୟର ଜ୍ୟୋତିବାଳା ଶତପଥି, ଓମ ନାରାୟଣ ମିଶ୍ର, ଶାନ୍ତନୁ  କୁମାର ସାହୁ, ନରେନ୍ଦ୍ର ବେହେରା, ରମାକାନ୍ତ ଦେଶୀନାୟକ ସମେତ ତିନି ଆଇଟି ଶିକ୍ଷକ ଓ ଟି.ଆଇ.ଶିକ୍ଷକଙ୍କୁ ମିଶାଇ ମୋଟ  ୮ ଶିକ୍ଷକ ଦାରିଙ୍ଗବାଡି ବଦଳି ହୋଇଛି। ଏହାକୁ ନେଇ ସୋମବାର ଠାରୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ସେମାନେ ଉଚ୍ଚ ଶିକ୍ଷା ବିଭାଗର ଟୋଲ ଫ୍ରି ନମ୍ବରକୁ ଫୋନ କରିଥିଲେ। ଫଳରେ ପ୍ରଶାସନ ନିର୍ଦେଶ କ୍ରମେ ଡବ୍ଲୁଇଓ ମୋହନ ଚୌହ୍ବାନଙ୍କ ସମେତ ଅନ୍ୟ ଶିକ୍ଷକ ବୁଝାସୁଝା କରିଥିଲେ ମଧ୍ୟ ମଙ୍ଗବାର ସକାଳେ ଉତ୍ତେଜନା ଉଗ୍ର ରୂପ ନେଇଥିଲା। ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ଫାଟକ ତାଲା ପକେଇବା ସହ ଏସ.ଏଚ.-୫ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ତାପରେ ଘଟଣାସ୍ଥଳରେ ତହସିଲଦାର ଲଖ୍ମଣ ସୋରେନ, ବିଡିଓ କୈଳାସ ଚନ୍ଦ୍ର ମୁର୍ମୁ ଓ ଥାନା ଅଧିକାରୀ ନିରଜ କୁମାର ସାମଲ ଓ ସାଂସଦ ପ୍ରତିନିଧି ମନୋଜ ସାବତ ପହଞ୍ଚି ଦୁଇ ଶିକ୍ଷକଙ୍କୁ ଫେରାଇ ଅଣାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଏକଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା ଏବଂ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଫେରିଥିଲେ।

 

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories