www.samajalive.in
Saturday, December 6, 2025
23.1 C
Bhubaneswar

କୁମ୍ଭମେଳାର ପ୍ରଥମ ଦିନର ଶାହୀ ସ୍ନାନରେ ବୁଡ ପକାଇଲେ ୧.୫କୋଟି ଶ୍ରଦ୍ଧାଳୁ  

ପ୍ରୟାଗରାଜ.–   କୁମ୍ଭମେଳାର ପ୍ରଥମଦିନ ଶାହୀ ସ୍ନାନ ଅବସରରେ ପ୍ରୟାଗରାଜରେ ଦେଢ କୋଟିରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି ।  ସଙ୍ଗମ ନିକଟରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ସୂର୍ଯ୍ୟୋଦୟ ପୂର୍ବରୁ ପବିତ୍ର ସ୍ନାନ କରିଛନ୍ତି । ଏଥିପାଇଁ ପ୍ରୟାଗରାଜରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।  ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ନାନ ଘାଟର ବ୍ୟବସ୍ଥା କରାଯାଇଛି ।

ସୂର୍ଯ୍ୟୋଦୟ ପୂର୍ବରୁ ପ୍ରୟାଗରାଜରେ  ଶାହୀ ସ୍ନାନ ଆରମ୍ଭ ହୋଇଥିଲା ।  ତ୍ରିବେଣୀ ସଙ୍ଗମରେ ବିଭିନ୍ନ ଆଖାଡା ପରିଷଦର  ସାଧୁ ସନ୍ୟାସୀ ଓ  ଶ୍ରଦ୍ଧାଳୁମାନେ ସ୍ନାନ କରିଥିଲେ ।  ଶାହୀସ୍ନାନ ପାଇଁ ସଙ୍ଗମରେ ୨୧ଟି ସ୍ନାନ ଘାଟ କରାଯାଇଛି । ପ୍ରଥମ ଥର ପାଇଁ ତିନୋଟି ମହିଳା ପୁଲିସ ୟୁନିଟରୁ ମହିଳାଙ୍କ ସୁରକ୍ଷା ପାଇଁ ମୁତୟନ କରାଯାଇଛି । କୁମ୍ଭ ମେଳାପାଇଁ ୪୦ଟି ସ୍ୱତନ୍ତ୍ର ଥାନା ଓ ୫୮ ଟି ପୁଲିସ ଆଉଟ ପୋଷ୍ଟ କରାଯାଇଛି ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories