ଶାରଦୀୟ ନବରାତ୍ରରୁ ଆରମ୍ଭ ହେଲା ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ; ଜାଣନ୍ତୁ ୧୨ ରାଶି ଉପରେ ପଡିବ କି ପ୍ରଭାବ, କିଏ ହେବେ ଭାଗ୍ୟଶାଳୀ..

ଶାରଦୀୟ ନବରାତ୍ରର ପ୍ରଥମ ଦିନ ଶନି ଦେବଙ୍କର ନକ୍ଷତ୍ର ପରିବର୍ତ୍ତନ ହେଉଛି । ବର୍ଷ ୨୦୨୪ରେ ଏହା ଶନି ଗ୍ରହଙ୍କ ଶେଷ ନକ୍ଷତ୍ର ପରିବର୍ତ୍ତନ । ଜ୍ୟୋର୍ତିବିଦ୍‌ଙ୍କ ମତାନୁସାରେ ଶନିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ଦ୍ୱାରା ୧୨ ରାଶି ଉପରେ କି କି ପ୍ରଭାବ ପଡିବ ଜାଣନ୍ତୁ..

୩ ଅକ୍ଟୋବର, ଗୁରୁବାର ଶନି ରାହୁଙ୍କ ନକ୍ଷତ୍ରରେ ପ୍ରବେଶ କରିବେ । ୨୭ ଡିସେମ୍ବର ପର୍ଯ୍ୟନ୍ତ ରହିବେ । ଏହି ସମୟରେ ଶନି ଖୁବ୍‌ ବଳବାନ୍‌ ହେବେ । ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ପ୍ରତ୍ୟେକ ରାଶିଙ୍କ ଜୀବନରେ ପରିବର୍ତ୍ତନ ଆଣିବ । ଜାଣନ୍ତୁ..

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶନିଙ୍କ ଏହି ପରିବର୍ତ୍ତନ କର୍ମକ୍ଷେତ୍ରରେ ସକରାତ୍ମକ ପରିବର୍ତ୍ତନ ଆଣିବ । ପରିବାର ଲୋକଙ୍କ ସହଯୋଗ ମିଳିବ । ଚାକିରିରେ ଶୁଭ ପରିବର୍ତ୍ତନ ହେବ । ଖର୍ଚ୍ଚାନ୍ତ ହୋଇ ପାରନ୍ତି । ଅସହାୟଙ୍କୁ ଦାନ କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହୁଅନ୍ତୁ ।

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଭାଗ୍ୟର ସାଥ୍‌ ମିଳିବ । ଚାକିରିରେ ପଦନ୍ନୋତି ମିଳିବ । ଘରର ସୁଖ ସୁବିଧା ପାଇଁ ଟଙ୍କା ଖର୍ଚ୍ଚ କରିବେ । ବିଦେଶ ଯାତ୍ରା କରିବାର ଯୋଗ ରହିଛି । ବ୍ୟବସାୟୀ ଲାଭବାନ୍‌ ହେବେ । ଆୟର ସ୍ରୋତ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଦାନ କରିବେ ।

ମିଥୁନ- ଏହି ରାଶି ବ୍ୟକ୍ତି ବିଶେଷ ପରିବାର ଓ କର୍ମକ୍ଷେତ୍ରରେ ପରିଶ୍ରମ କରିବେ । ଦାୟିତ୍ୱ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ପରିବର୍ତ୍ତନ ଯୋଗ ରହିଛି । ଯୋଜନା କରି କାର୍ଯ୍ୟ କରିବେ । ଭବିଷ୍ୟତରେ ଏହାର ଶୁଭଫଳ ପ୍ରାପ୍ତି ହେବ ।

କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କୋର୍ଟ କଚେରୀ ମାମଲା ଦୂର ହେବ । ମାନସିକ ଶାନ୍ତି ମିଳିବ । ସୁଖସମୃଦ୍ଧି ବୃଦ୍ଧି ହେବ । ଯୋଜନା କରି କାମ କରନ୍ତୁ ।

ସିଂହ – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଦାୟିତ୍ୱ ବୃଦ୍ଧି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଖର୍ଚ୍ଚାନ୍ତ ହୋଇ ପାରନ୍ତି । ଅଯଥା ଯୁକ୍ତି କରନ୍ତୁ ନାହିଁ ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ କରଜରୁ ମୁକ୍ତି ମିଳିବ । ବ୍ୟବସାୟୀ ଯାତ୍ରା କରି ଲାଭବାନ୍‌ ହେବେ । ପରିବାରରେ ଉତ୍ତମ ବାତାବରଣ ରହିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ତୁଳା – ଏହି ରାଶି ପାଇଁ ସମୟ ଅନୁକୂଳ ରହିଛି । ଯାତ୍ରାର ମଧ୍ୟ ଯୋଗ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଶୁଭ ସମୟ ରହିଛି । ସୁଖସମୃଦ୍ଧି ବୃଦ୍ଧି ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ ।

ବିଛା – ଏହି ରାଶି ବ୍ୟକ୍ତି ବିଶେଷ ଧୈର୍ଯ୍ୟର ସହ କାମ କରନ୍ତୁ । ତରବରିଆ ଭାବେ କାମ କଲେ କ୍ଷତି ହୋଇପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ ।

ଧନୁ- ଏହି ରାଶି ବ୍ୟକ୍ତି ବିଶେଷ ସକରାତ୍ମକ ଫଳ ମିଳିବ । କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ବ୍ୟବସାୟୀ ଲାଭବାନ୍‌ ହେବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ମାନ-ସମ୍ମାନ ବୃଦ୍ଧି ହେବ । ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ ।

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ । କର୍ମକ୍ଷେତ୍ରରେ ଶୁଭ ପରିବର୍ତ୍ତନ ହେବ । ରୋଜଗାରର ସୁଯୋଗ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ଧନର ଆଗମନ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଭବିଷ୍ୟତ ପାଇଁ ନୂଆ ରାସ୍ତା ସାମ୍ନାକୁ ଆସିବ ।

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ସମୟ ରହିଛି । ନୂଆ ଦାୟିତ୍ୱ ମିଳିବ । ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ । ଯାତ୍ରା କରି ଲାଭବାନ୍‌ ହେବେ । କର୍ମକ୍ଷେତ୍ରରେ ଶୁଭ ପରିବର୍ତ୍ତନ ହେବ ।

ମୀନ – ଏହି ରାଶିର ଲୋକେ ନୂଆ କାମ ଆରମ୍ଭ କରିବେ । ଆୟ ପାଇଁ ଶୁଭ ସମୟ । ଧନର ଆଗମନ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ଜାଣନ୍ତୁ ; ଏହି ବାସ୍ତୁ ଦୋଷ ପାଲଟିଥାଏ ହୃଦଘାତ, ରକ୍ତଚାପ ସହ ଏସବୁ ରୋଗର କାରଣ..

Comments are closed.