www.samajalive.in
Sunday, December 14, 2025
23.1 C
Bhubaneswar

ସୀମାନ୍ତ ଗ୍ରାମର ଦୁଇ ଭଉଣୀ ହେବେ ଡାକ୍ତର, ବିମାନ ପରିଚାରିକା

ପାତ୍ରପୁର: ଆନ୍ଧ୍ରପ୍ରଦେଶର ସୀମାନ୍ତ ପାତ୍ରପୁର ବ୍ଳକର ଦୁଇ ଭଉଣୀ ହେବେ ଡାକ୍ତର, ବିମାନ ପରିଚାରିକା। ବଡ଼ ଭଉଣୀ ବିମାନ ପରିଚାରିକା ଏବଂ ସାନ ଭଉଣୀ ଡାକ୍ତର ହେବା ଲକ୍ଷ୍ୟରେ ଆଗକୁ ବଢ଼ିବାରେ ଲାଗିଛନ୍ତି। ଏହି ଦୁଇ ଭଉଣୀ ହେଉଛନ୍ତି ପାତ୍ରପୁର ବ୍ଳକ ଗୁଡ଼ିପଦର ଗ୍ରାମର ଜେ ଭବାନୀ (୨୦)ବର୍ଷ ଏବଂ ଜେ ଶିବାନୀ (୧୮)ବର୍ଷ। ଭବାନୀ ଏବେ ବିମାନ ପରିଚାରିକା ଭାବେ ତାଲିମ ନେଉଥିବା ବେଳେ ସାନ ଭଉଣୀ ଶିବାନୀ ସର୍ବ ଭାରତୀୟ ଡାକ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗୁଡ଼ିପଦର ଗ୍ରାମର ବାପା ଜେ ମୋହନ ଏବଂ ମାଆ ଜେ ଶ୍ରୀଦେବୀଙ୍କ ତିନି ପୁଅ ଝିଅ ମଧ୍ୟରୁ ଦୁଇ ଝିଅ ବଡ଼ ଅଟନ୍ତି। ଦୁଇ ଭଉଣୀ ସଫଳତା ପାଇଁ ଉଦ୍ୟମ ଆରମ୍ଭ କରି ଏବେ ସଫଳ ହେବା ପଞ୍ଚାୟତ ତଥା ଜିଲ୍ଲା ପାଇଁ ଗର୍ବ ଆଣିଛି।

ଜାଣନ୍ତୁ ; ଏହି ବାସ୍ତୁ ଦୋଷ ପାଲଟିଥାଏ ହୃଦଘାତ, ରକ୍ତଚାପ ସହ ଏସବୁ ରୋଗର କାରଣ..

- Advertisement -

ଉଭୟ ସୀମାନ୍ତ ଆନ୍ଧ୍ର ପ୍ରଦେଶ ଇଚ୍ଛାପୁରର ଏକ ବେସରକାରୀ ବିଦ୍ୟାଳୟ ଜ୍ଞାନ ଭାରତୀରେ ଅଧ୍ୟୟନ କରିଥିଲେ। ପଞ୍ଚାୟତର ଲୋକମାନେ ଚିକିତ୍ସା ପାଇଁ ସଦା ସର୍ବଦା ଆନ୍ଧ୍ର ଉପରେ ନିର୍ଭର କରୁଥିବା ଦେଖି ଡାକ୍ତର ହେବାକୁ ମନ ବଳାଇ ପାଠ ପଢ଼ୁଥିଲେ ଶିବାନୀ। ଏହା ଦେଖି ବାପା ମାଆ ଉଭୟଙ୍କୁ ବିଶାଖାପାଟଣାରେ ପାଠ ପଢିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।  ଦୁଇ ଭଉଣୀ ଙ୍କ ନିଆରା ଉଦ୍ୟମ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଯୋଗାଇବ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories