www.samajalive.in
Saturday, December 6, 2025
15.1 C
Bhubaneswar

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ସଙ୍କଟ: ଇରାନକୁ ଧୂଳିସାତ କରିବ ଇସ୍ରାଏଲ

ସମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଲେବାନନ୍‌‌ ଓ ଇସ୍ରାଏଲ ଯୁଦ୍ଧ ମଧ୍ୟରେ ସିଧାସଳଖ ଇରାନ୍‌‌ ପ୍ରବେଶ କରିଛି। ହେଜବୋଲ୍ଲାର ମୁଖ୍ୟଙ୍କୁ ହତ୍ୟା ଓ ଲେବାନନରେ ଗ୍ରାଉଣ୍ଡ ଅପରେସନକୁ ବିରୋଧ କରି ଇସ୍ରାଏଲ ଉପରେ ଇରାନ ଆକ୍ରମଣ ପରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତି ଚଳାଇଛି ଇସ୍ରାଏଲ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇରାନକୁ ବଡ ଧମକ ଦେଇ କହିଛନ୍ତି ଯେ ଇରାନ ଏକ ବଡ ଭୁଲ କରିଛି ଏବଂ ଏହାର ମୂଲ୍ୟ ଖୁବ ଭାରି ପଡ଼ିବ। ଇସ୍ରାଏଲ, ଲେବାନନ, ସିରିଆ ଓ ଇରାନ ମଧ୍ୟରେ ବିବାଦ ପରେ ଆମେରିକୀୟ ଗଣମାଧ୍ୟମ ଏକ ରପୋର୍ଟ ପ୍ରକାଶ ପାଇଛି। ଇସ୍ରାଏଲ ଖବଶୀଘ୍ର ଇରାନ ଉପରେ ବଡ ଧରଣର ଆକ୍ରମଣ କରିପାରେ। ଇରାନର ଅର୍ଥନୈତିକ ସମର୍ଥନକୁ ଭାଙ୍ଗିବା ପାଇଁ ଇସ୍ରାଏଲ ପ୍ରସ୍ତୁତି ଚଳାଇଛି। ଇସ୍ରାଏଲ ଇରାନର ତୈଳ ବିଶୋଧନାଗାର ଏବଂ ପରମାଣୁ ପ୍ରକଳ୍ପକୁ ଟାର୍ଗେଟ କରିପାରେ ବୋଲି ସୂଚନା ମିଳିଛି।

ପ୍ରତିଶୋଧର ନିଆଁରେ ଜଳୁଛି ଇସ୍ରାଏଲ। ଇରାନକୁ ଏପରି କ୍ଷତି ପହଞ୍ଚାଇବାକୁ ପ୍ରସ୍ତୁତ ହେଉଛନ୍ତି ଯେ ସେ କେବେ ବି ମୁଣ୍ଡ ଟେକିପାରିବ ନାହିଁ। ଇସ୍ରାଏଲ ଭଲ ଭାବରେ ଜାଣିଛି ଯେ ଇରାନ ଅର୍ଥନୀତି ମୁଖ୍ୟତଃ ତୈଳ ବିଶୋଧନଗାର ଉପରେ ନିର୍ଭର କରେ। ସେଥିପାଇଁ ଇସ୍ରାଏଲ ଏବେ ଇରାନର ତୈଳ ଡିପୋଗୁଡିକୁ ଟାର୍ଗେଟ କରିପାରେ ବୋଲି ସୂଚନା ମିଳିଛି। ଏଥିସହିତ ଇରାନର ପରମାଣୁ ପ୍ରକଳ୍ପ ଉପରେ ମଧ୍ୟ ଇସ୍ରାଏଲ ନଜର ରଖିଛି। ଆତଙ୍କବାଦୀ ସଂଗଠନ ଗୁଡ଼ିକୁ ସବୁଦିନ ପାଇଁ ଶେଷ କରିଦେବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପ୍ରତିଜ୍ଞା ସମଗ୍ର ଅଞ୍ଚଳରେ ଯୁଦ୍ଧ ଘନଘଟାକୁ ବଢ଼ାଇ ଦେଇଛି। ହମାସ୍, ହେଜ୍‌ବୋଲ୍ଲା ଓ ହୁତି ଆତଙ୍କବାଦୀ ସଂଗ୍ରଠନକୁ ଜବତ କରିବା ପାଇଁ ଇସ୍ରାଏଲ ଉଦ୍ୟମ ଚଳାଇ ଥିବାବେଳେ ପ୍ରଚ୍ଛଦ ପଟରେ ରହି ଇରାନ ଏମାନଙ୍କୁ ସହାୟତା କରୁଥିଲା; କିନ୍ତୁ ମଙ୍ଗଳବାର ରାତିରେ ପ୍ରତ୍ୟକ୍ଷ ଯୁଦ୍ଧରେ ସାମିଲ ହୋଇଗଲା।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories