www.samajalive.in
Sunday, December 7, 2025
13.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଖୁବ୍‌ କ୍ଷତିକାରକ ଏସିର ଏହି ତାପମାତ୍ରା; ଜାଣନ୍ତୁ ହୁଏ କି କି ସମସ୍ୟା..

ବର୍ତ୍ତମାନ ସମୟରେ ଖରାଦିନେ ହେଉ କିମ୍ବା ଅନ୍ୟ ଦିନରେ ଏସି ବ୍ୟବହାର କରିବା ସାଧାରଣ କଥା । ବିଶେଷ କରି କାମ କରିବା ପରେ ଅଧିକ ଗରମ ଅନୁଭବ ହେବା କାରଣରୁ ଓ ଅଫିସ୍‌ରେ ଲୋକେ ଏସିର ବ୍ୟବହାର କରି ଥାଆନ୍ତି । ମାତ୍ର ସଠିକ୍‌ ତାପମାତ୍ରାରେ ଏସିର ବ୍ୟବହାର ନକରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଅଧିକାଂଶ ସମୟରେ ଦେଖାଯାଏ, ଲୋକେ ଏସିର ତାପମାତ୍ରା ଖୁବ୍‌ କମ୍‌ କରି ବ୍ୟବହାର କରି ଥାଆନ୍ତି ।

ଆଉ ମାତ୍ର ୪୮ ଘଣ୍ଟା ; ଏହି ୪ ରାଶିଙ୍କର ଜୀବନରେ ହେବ ବଡ ପରିବର୍ତ୍ତନ..

- Advertisement -

କିଛି ଲୋକେ ଏସିର ତାପମାତ୍ରା ୧୮ କିମ୍ବା ୧୬ ମଧ୍ୟ କରି ଥାଆନ୍ତି । କିଛି ସମୟ ମଧ୍ୟରେ ରୁମ୍‌ ସମ୍ପୂର୍ଣ୍ଣ ଥଣ୍ଡା ହୋଇଯାଏ,ମାତ୍ର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଏସିର ତାପମାତ୍ରା ୨୦ ଡିଗ୍ରୀ ତଳକୁ ରହିଲେ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।

ଏକ ରିପୋର୍ଟ ଅନୁଯାୟୀ, ଯେଉଁ ରୁମ୍‌ରେ ଏସିର ତାପମାତ୍ରା ୨୦ ଡିଗ୍ରୀ ତଳକୁ ଥାଏ, ସେଠାରେ ୪, ୫ ଘଣ୍ଟାରୁ ଅଧିକ ସମୟ ରହୁଥିବା ବ୍ୟକ୍ତି ବିଶେଷଙ୍କ ତ୍ୱଚା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଫଳରେ ତ୍ୱଚାରେ କୁଞ୍ଚନ, ବ୍ରଣ ସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ହୋଇଥାଏ।

୨୦ ଡିଗ୍ରୀ ତଳକୁ ତାପମାତ୍ରାରେ ଅଧିକ ସମୟ ରହିବା ଦ୍ୱାରା ନାକରେ ଥିବା ନଳୀ ଉପରେ କୁପ୍ରଭାବ ପଡିଥାଏ । ଏଲର୍ଜି ସହ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ।

ଆଖି ଉପରେ କୁପ୍ରଭାବ ପଡିବା ସହ ଆଖି କୁଣ୍ଡାଇ ହେବା, ଅନ୍ୟ ସଂକ୍ରମଣ ମଧ୍ୟ ହୋଇଥାଏ ।

ଦେଖନ୍ତୁ ଭିଡିଓ ; ପୁଣି ଥରେ ଠେକୁଆ, କଇଁଛଙ୍କ ଦୌଡ ପ୍ରତିଯୋଗିତା, ଜିତିଲା କିଏ?

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories