www.samajalive.in
Tuesday, December 9, 2025
16.1 C
Bhubaneswar

ଅଜଗର ସାପ ଉଦ୍ଧାର

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମର ବ୍ରୟଲର କୁକୁଡ଼ା କେନ୍ଦ୍ରରୁ ଅଜଗର ସାପ ଉଦ୍ଧାର କରାଯାଇଛି । କତାଗୁଡା ଗ୍ରାମର ଜୟ ବଜାରଙ୍ଗୀ  ସ୍ୱୟଂ ସହାୟକ ଗୋଷ୍ଠୀ  ମହିଳା ମାନେ ଡିପଲିଟର ପ୍ରଣାଳୀରେ୧୦୦୦ବ୍ରୟଲର କୁକୁଡ଼ା ପାଳନ କରିଆସୁଛନ୍ତି ।ସେହି କେନ୍ଦ୍ର ଭିତରେ ଏକ ଅଜଗର ସାପ ଆସି ରହିଯାଇଥିଲା।
ଆଜି କିଛି ଗ୍ରୁପର ମହିଳା ମାନେ କୁକୁଡ଼ା କେନ୍ଦ୍ରରେ ସାପ  ଦେଖି ପାଟି କରିବାରୁ ଗ୍ରାମବାସୀ ଅଜଗର ସାପ ଦେଖିବା ପାଇଁ ଭିଡ଼ ହୋଇଥିଲା । ଟୁଟୁ ମୁଣ୍ଡଚେନା କୁ ଯୋଗା ଯୋଗ କରି ଉକ୍ତ ଅଜଗର ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି ।୮ଫୁଟ ଲମ୍ବା ୧୨କିଲୋ ଓଜନ ର ଅଜଗର  ସାପ ରହିଥିବା ସୂଚନା ମିଳିଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories