www.samajalive.in
Sunday, December 7, 2025
18.1 C
Bhubaneswar

କେନ୍ଦୁଝରରେ ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ

କେନ୍ଦୁଝର ସଦର/ କେନ୍ଦୁଝରଗଡ଼: ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ କେନ୍ଦୁଝର ଶାଖା ପକ୍ଷରୁ ଦଶ ଦଫା ଦାବି ପୂରଣ ନେଇ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଜିଲାର ସମସ୍ତ ସରକାରୀ ଡାକ୍ତରଖାନାରେ ଆନ୍ଦୋଳନ ଯୋଗୁଁଁ ନର୍ସିଂ ସେବା ବ୍ୟାହତ ହୋଇଛି। ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ ହାତଗଣତି ଆଉଟସୋର୍ସିଂଙ୍କୁ ନେଇ ସେବା କାର୍ଯ୍ୟ ସମ୍ପନ୍ନ କରିବା ମେଡିକାଲ ପ୍ରଶାସନ ପାଇଁ କାଠିକର ପାଠ ହୋଇପଡ଼ିଛି। ଉପଦେଷ୍ଟା ସୀତା ଭୋଳ, ସମ୍ପାଦିକା ଶକୁନ୍ତଳା ସରଦାର, ଉପସଭାପତି ଶରତ ଚନ୍ଦ୍ର ମାଝୀ, ଯୁଗ୍ମ ସମ୍ପାଦିକା କୁନ୍ତଳା ମହାନ୍ତ, ସୁଜନ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ସମସ୍ତ ନିୟମିତ ନର୍ସିଂ ଷ୍ଟାପ୍‌‌ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories