www.samajalive.in
Saturday, December 13, 2025
23.1 C
Bhubaneswar

ଇଣ୍ଡୋନେସିଆରେ ଭୂସ୍ଖଳନ ପରେ ଭୁଶୁଡ଼ି ପଡ଼ିଲା ସୁନା ଖଣି, ୧୫ ମୃତ

ଡେସ୍କ: ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ପରେ ଏକ ବେଆଇନ ସୁନା ଖଣି ଭୁଶୁଡ଼ି ପଡ଼ିବାରୁ ଅତି କମରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନିଖୋଜ ୭ ଜଣଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ଉଦ୍ୟମ ଜାରି ରଖିଛନ୍ତି।

କ୍ଷୁଦ୍ର ଏବଂ ବେଆଇନ ଖଣି ଖନନ ଯୋଗୁଁ ଇଣ୍ଡୋନେସିଆରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଯେଉଁଠାରେ ଖଣିଜ ସମ୍ପଦ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ, ସେଠାରେ କର୍ତ୍ତୃପକ୍ଷଙ୍କ ପାଇଁ ନିୟନ୍ତ୍ରଣ କରିବା କଷ୍ଟକର। ପ୍ରାଦେଶିକ ବିପର୍ଯ୍ୟୟ ଏଜେନ୍ସିର ମୁଖ୍ୟ ଇରୱାନ ଏଫେଣ୍ଡି କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ପରେ ସୋଲୋକ ଜିଲ୍ଲାରେ ଥିବା ବେଆଇନ ସୁନା ଖଣି ଭୁଶୁଡ଼ି ପଡ଼ିଛି। ସଡ଼କ ପଥରେ ଅପହଞ୍ଚ ଥିବା ଏହି ସ୍ଥାନରେ ପହଞ୍ଚିବା ପାଇଁ ଉଦ୍ଧାରକାରୀଙ୍କୁ ୮ ଘଣ୍ଟା ସମୟ ଅତିକ୍ରମ କରିବାକୁ ପଡ଼ିବ ବୋଲି ଇରୱାନ କହିଛନ୍ତି। ଘଟଣା ସମୟରେ ଖଣିରେ ପ୍ରାୟ ୨୫ ଜଣ ଲୋକ ଥିଲେ, ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି ଓ ୭ ଜଣ ନିଖୋଜ ଅଛନ୍ତି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories