www.samajalive.in
Wednesday, December 10, 2025
18.1 C
Bhubaneswar

ବୁର୍ଲା ସେବିକା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବିଜେଡିର ସମର୍ଥନ

ବୁର୍ଲା: ଓଡ଼ିଶା ନର୍ସିଙ୍ଗ କର୍ମଚାରୀ ସଂଘ ତରଫରୁ ସେମାନଂକ ୧୦ ଦଫା ଦାବିକୁ ରାଜ୍ୟ ସରକାର ପୁରଣ କରିବା ସପକ୍ଷରେ ସାରା ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଏ ପରିପ୍ରେକ୍ଷୀରେ ବୁର୍ଲା ଭିମସାର ଠାରେ ନର୍ସିଙ୍ଗ କର୍ମଚାରୀଙ୍କ ଧାରଣା ସମାବେଶରେ ବିଜୁ ଜନତା ଦଳର ପୂର୍ବତନ ସମ୍ବଲପୁର ଜିଲ୍ଲା ସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ଇଂ ସିଦ୍ଧାର୍ଥ ଦାସ ଯୋଗ ଦେଇଥିଲେ ଓ ସେମାନଂକ ଆନ୍ଦୋଳନକୁ ତାଙ୍କ ତରଫରୁ ତଥା ବିଜୁ ଜନତା ଦଳ ତରଫରୁ ସମର୍ଥନ ଜଣାଇଥିଲେ।

ଶ୍ରୀ ଦାସ କହିଛନ୍ତି ଓଡ଼ିଶାରେ ବିଗତ ୨୪ବର୍ଷରେ ନବୀନ ପଟ୍ଟନାୟକଙ୍କ ସରକାର ବିଶେଷ କରି ସ୍ୱାସ୍ଥ୍ୟକ୍ଷେତ୍ରରେ ବହୁତ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟସେବା ସେବା ଆଜି ସାଧାରଣ ଜନତାଙ୍କ ନିମନ୍ତେ ବହୁ ମାତ୍ରରେ ସୁଲଭ ହୋଇପାରିଛି ବୋଲି ପ୍ରକାଶ କରିବା ସହ ୨୦୨୨ରେ ମେଡିକାଲ ନର୍ସିଙ୍ଗ କର୍ମଚାରୀ ମାନଂକ କ୍ଷେତ୍ରରେ ଆଉଟ ସୋର୍ସିଙ୍ଗ ପ୍ରଥାକୁ ବନ୍ଦକରି ସମସ୍ତ ନର୍ସିଙ୍ଗ କର୍ମଚାରୀ ମାନଙ୍କ ଚାକିରିକୁ ନିୟମିତ କରାଯାଇଥିଲା କିନ୍ତୁ କିଛି ବିଧିଗତ ତ୍ରୁଟି ଯୋଗୁ କିଛି ନର୍ସିଙ୍ଗ କର୍ମଚାରୀ ତାଙ୍କ ଠାରୁ କନିଷ୍ଠ କର୍ମଚାରୀଙ୍କ ଠାରୁ ଜୁନିୟର ହେଇଯାଇଛନ୍ତି। ଏ ଦିଗରେ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେବା ତଥା ଯୋଗ୍ୟ ନର୍ସ ମାନଂକୁ ସେମାନଂକ ବରିଷ୍ଠତା ଭିତରେ ସିନିଅର ନର୍ସିଙ୍ଗ ଅଫିସର ପଦବୀକୁ ପଦୋନ୍ନତି ଦେବା ଓ ନିୟମିତ ହୋଇନଥିବା ଅବସ୍ଥିତ ନର୍ସିଙ୍ଗ ଅଫିସର ମାନଂକୁ ତୁରନ୍ତ ନିୟମିତ କରିବା ଏକ ନର୍ସିଙ୍ଗ ସେବା କ୍ୟାଡର ଓ ନର୍ସିଙ୍ଗ ଅଫିସର ମାନଂକ ଡ୍ରେସକୋଡ ପ୍ରଚଳନ କରିବା ପାଇଁ ସମ୍ବଲପୁର ର ବରିଷ୍ଠ ନେତା ଇଂ ସିଦ୍ଧାର୍ଥ ଦାସ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories