www.samajalive.in
Saturday, December 13, 2025
23.1 C
Bhubaneswar

ଧାନର ଓଜନ ଜାଣିବା ପାଇଁ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ହେବ, ସର୍ବମୋଟ ୪୦୦୬ଟି ମଣ୍ଡିରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର:  ଲୋକସେବା ଭବନର କନଭେନସନ ହଲରେ ଆଜି ଆୟୋଜିତ ଜିଲାପାଳ ସମ୍ମିଳନୀରେ ଯୋଗଦେଇ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଧାନ ସଂଗ୍ରହ କାର୍ଯ୍ୟକୁ ସରଳ ଓ ତ୍ୱରାନ୍ୱିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ଯେଉଁ ଜିଲାର ମଣ୍ଡିଗୁଡିକରେ କୌଣସି କାରଣ ବଶତଃ ଧାନ ସଂଗ୍ରହ ହୋଇପାରୁନାହିଁ, ସେହି କ୍ଷେତ୍ରରେ ନିକଟତମ ଜିଲ୍ଲାର ମଣ୍ଡିରେ ଚାଷୀମାନେ ନିଜର ଧାନକୁ ବିକ୍ରି କରିପାରିବେ।ସଂଗୃହିତ ଧାନର ଅନଲାଇନ ପଞ୍ଜୀକରଣ ହେବ ଆବଶ୍ୟକ । ଧାନ ନେଇ ଯାଉଥିବା ଗାଡି ଗୁଡିକର ଜିପିଏସ ଟ୍ରାକିଂ କରାଯିବ।

ଯେପରିକି ଏଥିରେ କୌଣସି ଟାମ୍ପରିଂ ନ ହେବ। ମିଲରମାନଙ୍କ ତରଫରୁ ଚାଷୀଙ୍କୁ ଝୋଟ ବସ୍ତା ଓ ସୁତୁଲି ଯୋଗାଇଦିଆଯିବ । ଗଚ୍ଛିତ ଫସଲର ସୁରକ୍ଷା ପାଇଁ ୫୮ଟି ଶୀତଳ ଭଣ୍ଡାର ରାଜ୍ୟରେ ଖୁବ ଶୀଘ୍ର ଖୋଲାଯିବ। ରାଜ୍ୟର ଚାଷୀମାନେ କେବଳ ଗୋଟିଏ ଫସଲ ଉପରେ ନିର୍ଭର ନ କରି ଏକାଧିକ ଫସଲ ଜୈବିକ ଉପାୟରେ କରିବା ପାଇଁ ମନ୍ତ୍ରୀ ଶ୍ରୀ ସିଂହଦେଓ ଗୁରୁତ୍ୱ ଦେଇଛନ୍ତି । ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କୃଷି ବିଭାଗ ପକ୍ଷରୁ ଏଗ୍ରି ଷ୍ଟାକ (AGRI STACK) ଆପ ସୃଷ୍ଟି କରାଯାଇଛି । ଏଥିରେ ଚାଷୀ ଓ ଚାଷ ଜମିର ପଞ୍ଜୀକରଣ ତଥ୍ୟ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ। ଜମିପଟ୍ଟା (RoR) ଥିବା ସମସ୍ତ ଚାଷଜମିର ମାଲିକ ଏଥିରେ ପଞ୍ଜୀକରଣ କରିପାରିବେ। ସରକାରଙ୍କ ତରଫରୁ ଡିଜିଟାଲ ଫସଲ ସର୍ବେକ୍ଷଣ ଦ୍ଵାରା ମଧ୍ୟ ଚାଷୀଙ୍କ ତଥ୍ୟ ସଂଗ୍ରହ କରାଯାଇ ଏଥିରେ ଉପଲବ୍ଧ କରାଯିବ।

- Advertisement -

ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଧାନ ସଂଗ୍ରହ ବେଳେ କଟନୀ-ଛଟନୀରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଦୃଢ ତଦାରଖ ବ୍ୟବସ୍ଥା ଗ୍ରହଣ କରିବାକୁ ଗୁରୁତ୍ଵାରୋପ କରିଥିଲେ। ମନ୍ତ୍ରୀ ଶ୍ରୀ ସାମନ୍ତ କହିଥିଲେ ଯେ , ଧାନ ସଂଗ୍ରହ କେନ୍ଦ୍ରର ଭିତ୍ତିଭୂମିରେ ବ୍ୟାପକ ରୂପାନ୍ତର ଆସିବ। ଶତପ୍ରତିଶତ ସିସିଟିଭି ତଦାରଖ ବ୍ୟବସ୍ଥା ସହ ସ୍ଵଚ୍ଛ ପାନୀୟ ଜଳ, ଶୌଚାଳୟ, ଆବଶ୍ୟକୀୟ ଆଲୋକ, ପିଣ୍ଡି ଉପରେ ଛାତ, ବିଶ୍ରାମ ଗୃହ ଆଦି ମୌଳିକ ସୁବିଧା ସୁନିଶ୍ଚିତ କରାଯିବ। କୃତ୍ରିମ ବୁଦ୍ଧିମତାର ପ୍ରୟୋଗରେ ସ୍ଵୟଂ ଚାଳିତ ଯନ୍ତ୍ର ମାଧ୍ୟମରେ ଧାନର ଓଜନ କରାଯିବ। ଫଳରେ ଚାଷୀ ତାର ଉପଯୁକ୍ତ ପାଉଣା ପାଇବ ବୋଲି ମନ୍ତ୍ରୀ କହିଥିଲେ।

ଚାଷୀମାନଙ୍କ ମଙ୍ଗଳ ତଥା ସହଜ ଓ ସୁବିଧାରେ ଧାନ ସଂଗ୍ରହ ପାଇଁ ସମବାୟ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବ୍ୟାପକ ପଦକ୍ଷେପ ସମ୍ପର୍କରେ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ତଥ୍ୟ ଉପସ୍ଥାପନ କରିଥିଲେ। ଜଣେ ନୋଡାଲ ଅଧିକାରୀ ଓ ସୁପରଭାଜରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତ୍ୟେକ ମଣ୍ଡି ପରିଚାଳିତ ହେବ। ଚାଷୀଙ୍କୁ ତାଙ୍କର ପ୍ରାପ୍ୟ ମୂଲ୍ୟ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରୁ ବଞ୍ଚିତ କରୁଥିବା ମିଲର, ଦଲାଲ କିମ୍ବା ମଧ୍ୟସ୍ଥିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସଂଗୃହିତ ଧାନର ସଂରକ୍ଷଣ ପାଇଁ ଆବଶ୍ୟକୀୟ ଗୋଦାମ ଗୃହ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷୁଦ୍ର, ମଧ୍ୟମ ଓ ବୃହତ ବର୍ଗରେ ରାଜ୍ୟରେ ସର୍ବମୋଟ ୪୦୦୬ଟି ମଣ୍ଡିରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ କରାଯିବ।

ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଜିଲ୍ଲାପାଳ ସମ୍ମିଳନୀକୁ ସମ୍ବୋଧିତ କରି ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରାଖି ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କରିଥିଲେ। ମନ୍ତ୍ରୀ ଶ୍ରୀ ପାତ୍ର ଆହୁରି ମଧ୍ୟ କହିଲେ ଯେ , ଆସନ୍ତା ଦୁଇ ମାସ ମଧ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ଧାନ କିଣା ପ୍ରକ୍ରିୟାରେ କୌଣସି ମଧ୍ୟସ୍ଥି କିମ୍ବା କଟଣି-ଛଟଣୀକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ମଧ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଚାଷୀ ମାନଙ୍କ ଠାରୁ ଏଫଏକ୍ୟୁ ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କାରେ ସଂଗ୍ରହ କରିବା ସହ ସେମାନଙ୍କ ବ୍ୟାଙ୍କ ଖାତାକୁ ୪୮ ଘଣ୍ଟା ମଧ୍ୟରେ ଡିବିଟି ମାଧ୍ୟମରେ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଏଥିପ୍ରତି ଜିଲାପାଳ ମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ। ନୂତନ ଭାବେ ଆବେଦନ କରିଥିବା ମିଲର ମାନଙ୍କୁ ପ୍ରୋତ୍ସାହିତ କରିବା ସହ ମଣ୍ଡିକୁ ଆସୁଥିବା ପ୍ରତ୍ୟେକ ଚାଷୀ ଯେପରି ସୁଖଦ ଅନୁଭବ ନେଇ ଯିବେ ଏଥିପ୍ରତି ଯତ୍ନବାନ ହେବାକୁ ମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ କହିଥିଲେ। ଆବଶ୍ୟକସ୍ଥଳେ ବଳକା ଧାନକୁ ମୁକ୍ତ ବିକ୍ରୟ ପ୍ରକ୍ରିୟା ମାଧ୍ୟମରେ ବଜାରରେ ବିକ୍ରୟ କରିବା ନେଇ ଶ୍ରୀ ପାତ୍ର ସୂଚନା ଦେଇଥିଲେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ କହିଲେ ଯେ ଚଳିତ ବର୍ଷ ଉଭୟ ଖରିଫ ଓ ରବି ଋତୁରେ ପ୍ରାୟ କୋଟିଏ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ଧାନ ସଂଗ୍ରହ ପରିମାଣ ୨୫ ପ୍ରତିଶତ ଅଧିକ ବୃଦ୍ଧି ପାଇବ ବୋଲି ଶ୍ରୀ ଯାଦବ ସୂଚନା ଦେଇଥିଲେ। ଧାନ ସଂଗ୍ରହର ସପ୍ତାହେ ପୂର୍ବରୁ ଚାଷୀ ମାନଙ୍କ ଆକାଉଣ୍ଟ ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ସେ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ଅନ୍ୟର ଆକାଉଣ୍ଟକୁ ବିକ୍ରୟ ଟଙ୍କା କିମ୍ବା ବୋନସ ରାଶି ଯିବାର ଆଶଙ୍କାକୁ ଦୂର କରାଯାଇପାରିବ ବୋଲି ସେ କହିଥିଲେ। ଉନ୍ନତ ମାନର ଧାନକୁ ମଣ୍ଡିକୁ ଆଣିବାକୁ ଚାଷୀ ମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories