www.samajalive.in
Monday, December 15, 2025
16.1 C
Bhubaneswar

ଇନ୍ଦ୍ରାବତୀରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ

ଇନ୍ଦ୍ରାବତୀ, ଇନ୍ଦ୍ରାବତୀ ଜଳଭଣ୍ଡାର ଦ୍ୱାରା ବାସଚ୍ୟୁତଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଓ ଜଳଭଣ୍ଡାର ଜଳକୁ ଅନ୍ୟାନ୍ୟ ଅଞ୍ଚଳର କୃଷି ପାଇଁ ଯୋଗାଇବା ଆଦି ୫ ଦଫା ଦାବିରେ ନବରଙ୍ଗପୁର ଜିଲା କଂଗ୍ରେସ ଶାଖା ପକ୍ଷରୁ ଆହୂତ ଇନ୍ଦ୍ରାବତୀ ବନ୍ଦ ଡାକରା ଦ୍ୱିତୀୟ ଦିନରେ ପହଞ୍ଚିଛି। ଜିଲା କଂଗ୍ରେସ ସଭାପତି ମନୋରଞ୍ଜନ ତ୍ରିପାଠୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ପି ନାଗରତ୍ନାମା, ପୂର୍ବତନ ବିଧାୟକ ତଥା ଜିଲା କଂଗ୍ରେସ ଉପସଭାପତି ସଦନ ନାୟକଙ୍କ ସମେତ ଅନ୍ୟାନ୍ୟ ବ୍ଲକ୍‍ ସଭାପତି, ବରିଷ୍ଠ ନେତା ଓ କର୍ମୀମାନେ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ବନ୍ଦ ଡାକରା ଯୋଗୁଁ ଆଜି ସମସ୍ତ ସରକାରୀ କାର୍ଯ୍ୟାଳୟ ସମେତ ବ୍ୟାଙ୍କ, ଡାକଘର, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ବସ ଚଳାଚଳ ବନ୍ଦ ରହିଥିଲା। ନବରଙ୍ଗପୁର ଜିଲାପାଳ ଡ. ଅଜିତ କୁମାର ମିଶ୍ରଙ୍କ ନିର୍ଦେଶକ୍ରମେ ତେନ୍ତୁଳିଖୁଣ୍ଟ ତହସିଲ୍‍ଦାର ଦେବେନ୍ଦ୍ର ବାହାଦୂର ସିଂହ ଧାରୁଆ ଓ ଅତିରିକ୍ତ ତହସିଲଦାର ରାମଗୋବିନ୍ଦ ପରିଡ଼ା ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ଆସନ୍ତା କାଲି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଅପରପକ୍ଷରେ୧୫ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଜିଲା କଂଗ୍ରେସ ପକ୍ଷରୁ କୁହାଯାଇଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories