www.samajalive.in
Sunday, December 7, 2025
26.1 C
Bhubaneswar

ଶକ୍ତି ପୀଠରେ ଶାରଦୀୟ ପୂଜା ଆରମ୍ଭ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଉପାନ୍ତ ତୁମ୍ବା ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମାଁ ଲିମେଇ ଶୁଣି ଏବଂ ସୀମାନ୍ତ ଜୟନ୍ତୀପୁର ଗ୍ରାମରେ ଥିବା ପଶ୍ଚିମେଶ୍ୱରୀ ପୀଠରେ ୧୬ ଦିନିଆ ଶାରଦୀୟ ପୂଜା ଆରମ୍ଭ ହୋଇଯାଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ଆଶ୍ୱିନ ମାସର ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ଷୋହଳ ଦିନ ଧରି ମା’ଙ୍କ ପୂଜା ହେବ। ତୁମ୍ବା ଲିମେଇ ଶୁଣି ମନ୍ଦିରରେ ସନ୍ଧ୍ୟାରେ ପୂଜା ଅର୍ଚ୍ଚନା କରିବା ପରେ ଆଜ୍ଞାମାଳ ପାଇଁ ଗ୍ରାମ ଠାରୁ ତିନି କିଲୋମିଟର ଦୂର ବଡଘର ପାହାଡ଼ଠାରେ ମାଆଙ୍କ ପୂର୍ବ ପୀଠରେ ଭକ୍ତମାନେ ପହଞ୍ଚି ପୂଜାପାଠ କରିଥିଲେ। ମଧ୍ୟ ରାତ୍ରୀରେ ମାଆଙ୍କ ଆଜ୍ଞାମାଳ ମିଳିବା ପରେ ବିରାଟ ପଟୁଆର ବାଦ୍ୟ ବାଜଣା ସହକାରେ ପାଛୋଟି ଅଣାଯାଇ ଗ୍ରାମ ପରିକ୍ରମା କରାଯାଇ ଅସ୍ଥାୟୀ ପୀଠକୁ ନିଆଯାଇଥିଲା। ମାଆଙ୍କ ଆଗମନକୁ ଦେଖି ପ୍ରତି ଦୁଆରେ ଲିପା ପୋଛା କରାଯିବା ସହ କୁମ୍ଭ ଦୀପ ଜାଳିବା ସହିତ ନୂତନ ବସ୍ତ୍ର ବିଛା ଯାଇଥିଲା। ଦୈନିକ ରୀତିନୀତି ଅନୁସାରେ ମାଁ ଲିମେଇଶୁଣିଙ୍କ ଶାରଦୀୟ ପୂଜା ଅନୁଷ୍ଠିତ ହେଉଛି।
ସେହିପରି ଜୟନ୍ତୀପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ପଶ୍ଚିମେଶ୍ୱରୀ ପୀଠରେ ମଧ୍ୟ ୧୬ ଦିନିକିଆ ପୂଜା ଆରମ୍ଭ ହୋଇଛି। ଗତକାଲି ମଧ୍ୟରାତ୍ରୀରେ ମାଆଙ୍କ ଆଜ୍ଞାମାଳ ମିଳିବା ପରେ ତେଲୁଗୁ ଏବଂ ଓଡ଼ିଆ ବାଦ୍ୟ ବାଜନାରେ ବିରାଟ ପଟୁଆର ସହକାରେ ଗ୍ରାମକୁ ଆଣି ଅସ୍ଥାୟୀ ମନ୍ଦିରରେ ରଖାଯାଇ ପୂଜାପାଠ ଚାଲିଛି। ଏହି ପୂଜା ପାଇଁ ମାଆଙ୍କ ଗଚ୍ଛିତ ଥିବା ବିଭିନ୍ନ ସ୍ଵର୍ଣ୍ଣ ଅଳଙ୍କାରରେ ମଣ୍ଡିତ କରାଯାଇଛି। ପୂଜା ପାଇଁ ଗ୍ରାମର ବିଭିନ୍ନ ସାହି ରଙ୍ଗୀନ ଆଲୋକରେ ଝଟକୁଛି। ମାଆଙ୍କୁ ଏହି ପୂଜା ସମୟରେ ଦର୍ଶନ କଲେ ଅଧିକ ପୁଣ୍ୟ ଅର୍ଜନ କରି ହୁଏ ବୋଲି ବୟୋଜ୍ୟେଷ୍ଠ ମତ ଦିଅନ୍ତି। ଉଭୟ ପୀଠରେ ପଡୋଶୀ ଆନ୍ଧ୍ର ପ୍ରଦେଶ ତଥା ଅଞ୍ଚଳର ବହୁ ଭକ୍ତ ମାଆଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ବେଳେ ନିୟମିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories