www.samajalive.in
Sunday, December 14, 2025
16.1 C
Bhubaneswar

ମନ୍ଦିର ପ୍ରସାଦରୁ ବାହାରୁଛି ମୂଷା ଛୁଆ: ତିରୁପତି ପରେ ସିଦ୍ଧିବିନାୟକ ମନ୍ଦିରକୁ ନେଇ ବିବାଦ…

ମୁମ୍ବଇ : ମୁମ୍ବଇସ୍ଥିତ ସିଦ୍ଧିବିନାୟକ ମନ୍ଦିର ତରଫରୁ ଭକ୍ତଙ୍କୁ ବଣ୍ଟନ କରାଯାଉଥିବା ପ୍ରସାଦ ପ୍ୟାକେଟରୁ ମୂଷା ବାହାରିଥିବାର ଏକ ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ତେବେ ଏହି ପ୍ରସାଦ ଅନ୍ୟ କେଉଁ ମନ୍ଦିରର ବୋଲି ‘ଶ୍ରୀ ସିଦ୍ଧିବିନାୟକ ଗଣପତି ମନ୍ଦିର ଟ୍ରଷ୍ଟ’ ପକ୍ଷରୁ କୁହାଯାଇଛି। ଟ୍ରଷ୍ଟ ଅଧ୍ୟକ୍ଷ ସଦା ସର୍ଭଙ୍କର କହିଛନ୍ତି ଯେ ଦୈନିକ ଲକ୍ଷାଧିକ ଲଡୁ ଭକ୍ତଙ୍କ ମଧ୍ୟ ବଣ୍ଟନ କରାଯାଉଛି। ଏହି ଲଡୁ ପରିଷ୍କାର ପରିଚ୍ଛନ୍ନ ପରିବେଶରେ ପ୍ରସ୍ତୁତ କରାଯାଉଛି। ତେବେ ଯେଉଁ ଭିଡିଓ ପ୍ରସାରିତ ହେଉଛି ସେଠାକାର ପରିବେଶ ଅତ୍ୟନ୍ତ ଦୁର୍ଗନ୍ଧମୟ ଏବଂ ଆବର୍ଜନାପୂର୍ଣ୍ଣ ବୋଲି ସେ କହିଛନ୍ତି। ଟ୍ରଷ୍ଟ ଅଧ୍ୟକ୍ଷଙ୍କ ଏତାଦୃଶ ସ୍ପଷ୍ଟୀକରଣ ସତ୍ତ୍ବେ ମାମଲାର ଯାଞ୍ଚ କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି। ଯଦି ଲଡୁ ପ୍ରସ୍ତୁତିରେ କୌଣସି ଅନିୟମିମତା ଲକ୍ଷ୍ୟ କରାଯିବ, ତାହାହେଲେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିନ୍ଦେ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories