www.samajalive.in
Sunday, December 7, 2025
26.1 C
Bhubaneswar

ଦାୟିତ୍ଵ ଗ୍ରହଣ କଲେ ଆତିଶୀ, ଖାଲି ରହିଲା କେଜ୍ରିଓ୍ବାଲଙ୍କ ଆସନ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆସନ ଖାଲି ଅଛି ଏବଂ ତାଙ୍କୁ ଅପେକ୍ଷା କରିବୁ। ମୁଖ୍ୟମନ୍ତ୍ରୀ ଆତିଶି କହିଛନ୍ତି, ଆଜି ମୋ ମନରେ ସେହି ବ୍ୟଥା ଅଛି, ଯାହା ପ୍ରଭୁ ରାମଚନ୍ଦ୍ର ବନବାସ ଯିବାବେଳେ ଭରତଙ୍କ ମନରେ ଥିଲା। ସେ ରାମଙ୍କ ପାଦୁକା ରଖି ଶାସନ ଚଳାଇଥିଲେ। ପ୍ରଭୁ ରାମଚନ୍ଦ୍ର ଆମ ସମସ୍ତଙ୍କ ଆଦର୍ଶ ଏବଂ କେଜ୍ରିୱାଲ ମହାଶୟ ତାଙ୍କ ପଥ ଅନୁସରଣ କରି ଦିଲ୍ଲୀବାସୀଙ୍କ ସେବା କରିଥିଲେ। ଏଥିସହ ମର୍ଯ୍ୟାଦା ରକ୍ଷା କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ। ମୋର ବିଶ୍ଵାସ ଯେ, ଦିଲ୍ଲୀବାସୀ ଏବେ କେଜ୍ରିୱାଲଙ୍କୁ ବିଧାନସଭା ନିର୍ବାଚନରେ ​​ବିପୁଳ ଭୋଟ୍‌ରେ ବିଜୟୀ କରି ପୁଣିଥରେ ମୁଖ୍ୟମନ୍ତ୍ରୀ କରିବେ। ସେପର୍ଯ୍ୟନ୍ତ ଏହି ମୁଖ୍ୟମନ୍ତ୍ରୀ ଆସନ ତାଙ୍କୁ ଅପେକ୍ଷା କରିବ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories