ଇରାନର ଏକ କୋଇଲା ଖଣିରେ ବିସ୍ଫୋରଣ: ୫୧ ମୃତ, ୨୦ ଆହତ

ନୂଆଦିଲ୍ଲୀ : ଇରାନର ଏକ କୋଇଲା ଖଣିରେ ରବିବାର ମିଥେନ୍ ଗ୍ୟାସ୍ ଲିକ୍ ହେବା ପରେ ବଡ ବିସ୍ଫୋରଣ ଘଟିଛି । ଏଥିରେ ୫୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ଇରାନର ଦକ୍ଷିଣ ଖୁରାସାନ ପ୍ରାନ୍ତରେ ହୋଇଛି । ଦୁର୍ଘଟଣା ସମୟରେ ସାଇଟରେ ପ୍ରାୟ ୭୦ କର୍ମଚାରୀ ଉପସ୍ଥିତ ଥିଲେ ।  ଖମିରେ ୨ ବ୍ଲକରେ ବିସ୍ଫୋରଣ ହୋଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତୁରନ୍ତ ଆମ୍ବୁଲାନ୍ସ ଓ ହେଲିକପ୍ଟର ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି ।

Comments are closed.