www.samajalive.in
Monday, December 8, 2025
24.1 C
Bhubaneswar

ଅଙ୍ଗନବାଡି ଦିଦିଙ୍କୁ ମାଡ ମାରିବା ଘଟଣା: ୩ ମହିଳା ଗିରଫ, ୬ ଫେରାର୍

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ମହାପଦା ଅଙ୍ଗନବାଡ଼ି କେନ୍ଦ୍ର କର୍ମୀଙ୍କୁ ଗଛରେ ବାନ୍ଧି ମାଡ ମାରିବା ଘଟଣା। ସିଂଲା ଥାନା ପୁଲିସ୍ ଏହି ଘଟଣାରେ ୩ ମହିଳାଙ୍କୁ ଗିରଫ କରିଥିବାବେଳେ ୬ ଜଣ ଫେରାର୍ ରହିଥିବା ଜଣାପଡିଛି। ଅଙ୍ଗନବାଡି ଦିଦି ଊର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବାର ଭିଡିଓ ପ୍ରଘଟ ହୋଇଛି। ତେବେ ଅଙ୍ଗନବାଡ଼ି ସଂଘ ସଭାପତି ପ୍ରତିଭା ପାଲଙ୍କ ଲିଖିତ ଅଭିଯୋଗରୁ ଜଣାଯାଇଛି ଯେ ୧୯ ତାରିଖ ସକାଳ ୧୧ଟା ସମୟରେ କର୍ମୀ ଊର୍ମିଳା ସାମଲ ଅଙ୍ଗନବାଡି କେନ୍ଦ୍ର ପରିଚାଳନା କରୁଥିବାବେଳେ କିଛି ମହିଳା କେନ୍ଦ୍ର ପରିସରକୁ ଆସି ତାଙ୍କୁ ବାନ୍ଧି ମାଡ଼ ମାରିଥିଲେ। ସୁଭଦ୍ରା ଯୋଜନାରେ କାମ ନ କରିବା ଲାଗି ତଥା ଯୋଜନାକୁ ଗୁରୁତ୍ବ ନଦେବା ପାଇଁ ସେମାନେ ଉର୍ମିଳାଙ୍କୁ ଧମକ ଦେଇଥିଲେ। ବିରୋଧୀ ଦଳର ସରପଞ୍ଚ ଥିବାରୁ ଏନେଇ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ସମୟ ପରେ ମହିଳାମାନେ ଏକଜୁଟ ହୋଇ ଉର୍ମିଳାଙ୍କୁ ଆକ୍ରମଣ କରିଥିଲେ। ସେତିକିରେ ମନ ବୁଝି ନଥିଲା ଯେ ପ୍ରଥମେ ସେମାନେ ଉର୍ମିଳାଙ୍କୁ ଗୋଟିଏ ଚୌକିରେ ବାନ୍ଧି ମାଡ଼ ମାରିଥିଲେ। ପରେ ନିକଟରେ ଥିବା ଗଛରେ ତାଙ୍କୁ ବାନ୍ଧି ମାଡ଼ ମାରିଥିଲେ। ମାଡ଼ ଏମିତି ଥିଲା ଯେ ମହିଳାଙ୍କ ବେକଠାରୁ ଗୋଡ ପର୍ଯ୍ୟନ୍ତ ମାଂସ ପଚି ଯିବା ଭଳି ଅବସ୍ଥା ହୋଇଥିଲା। ପରେ ସଂଘ କର୍ମକର୍ତ୍ତାମାନେ ତାଙ୍କୁ ଉଦ୍ଧାର କରି ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories