www.samajalive.in
Saturday, December 13, 2025
27.1 C
Bhubaneswar

ମହିଳା ସୁରକ୍ଷାକୁ ଶକ୍ତ ଧକ୍କା, ଏମିତି ଦଫା ଯେ ତୁରନ୍ତ ଜାମିନ

ଡେସ୍କ: ରାଜ୍ୟ ଗୃହ ବିଭାଗର ମହିଳାଙ୍କ ପ୍ରତି ଏତେ ସମ୍ମାନ ଯେ ଜଣେ ଅସହାୟ ମହିଳାଙ୍କୁ ସୁରକ୍ଷା ଦେବା ବଦଳରେ ନିର୍ଯାତନା ଦେଇଥିବା ପୁଲିସ କର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ଯାଇ କମିସନରେଟ ପୁଲିସ ତାର ପାରିବା ପଣିଆ ଦେଖାଇଛି। କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କ ସହ ଘଟିଥିବା ଲଜ୍ଜାଜନକ ଘଟଣାରେ ସମ୍ପୃକ୍ତ ଥିବା ୭ ଜଣ ଯୁବକଙ୍କୁ ପୁଲିସ ଗିରଫ କରିବାର ମାତ୍ର ୪ ଘଣ୍ଟା ମଧ୍ୟରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।

ରାଜ୍ୟ ସରକାର ଏବଂ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଅନ୍ୟ କେତେଜଣ ମନ୍ତ୍ରୀ ଏହି ଘଟଣାରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେବାର ୨୪ ଘଣ୍ଟା ନ ପୂରୁଣୁ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଏଭଳି ଦଫା ଲାଗିଲା, ଯାହା ଫଳରେ ସେମାନଙ୍କୁ ଜାମିନ ମିଳିଗଲା। ପୀଡିତା ଓ କ୍ୟାପଟେନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେବା ବଦଳରେ ଯେଉଁ ପୁଲିସ କର୍ମଚାରୀମାନେ ଦୁର୍ବ୍ୟବହାର କରିଥିଲେ ଓ ନିର୍ଯାତନା ଦେଇଥିଲେ, ସେମାନଙ୍କ ଅଭିଯୋଗ ଆଧାରରେ କୋହଳ ଦଫା ଲଗାଇଥିବାରୁ ଗିରଫ ହୋଇଥିବା ୭ ଜଣଙ୍କୁ ଜାମିନ ମିଳିବାରେ କୌଣସି ଅସୁବିଧା ହୋଇ ନ ଥିଲା। ୱି କେୟାର, ୱି ଡେୟାର’ର ବାର୍ତ୍ତା ଦେଉଥିବା ଓଡିଶା ପୁଲିସର ଏଭଳି କାର୍ଯ୍ୟକଳାପକୁ ରାଜ୍ୟ ସମେତ ସାରା ଦେଶ ନିନ୍ଦା କରୁଛି।

- Advertisement -

ଏହି ମାମଲାରେ ପୁଲିସ ଭରତପୁର ଥାନା ମଧ୍ୟରେ ଘଟିଥିବା ଘଟଣାର ରେକର୍ଡ ହୋଇଥିବା ଭିଡିଓକୁ ଲୁଚେଇ ରଖିଥିବା କୁହାଯାଉଛି। ଲୋକମାନଙ୍କୁ ଭୁଆଁ ବୁଲାଇବା ଉଦ୍ଦେଶ୍ୟରେ ପୁଲିସ କେବଳ ରାସ୍ତାରେ ଘଟିଥିବା ଘଟଣାର ଭିଡିଓକୁ ଭାଇରାଲ କରି ନିଜ ଭାବମୂର୍ତ୍ତି ସଜାଡିବାରେ ବ୍ୟସ୍ତ ଥିବା ପୁଲିସର ଏତାଦୃଶ ମନୋଭାବକୁ ନେଇ ରାଜ୍ୟରେ ମହିଳା ମାନେ ସୁରକ୍ଷିତ ନୁହନ୍ତି ବୋଲି ମତ ପ୍ରକାଶ ପାଇଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories