www.samajalive.in
Saturday, December 13, 2025
27.1 C
Bhubaneswar

ଶିବ ନନ୍ଦଙ୍କୁ ଓଡ଼ିଶା ସାମ୍ବାଦିକ ପୁରସ୍କାର

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଜଣାଶୁଣା ବରିଷ୍ଠ ସାମ୍ବାଦିକ ଶିବ ନନ୍ଦଙ୍କୁ ଓଡ଼ିଶା ଜର୍ଣ୍ଣାଲିଜିମ ପୁରସ୍କାର ୨୦୨୪ ପ୍ରଦାନ କରାଯାଇଛି। ରାଜଧାନୀ ନୁଆଦିଲ୍ଲୀର ସାଇ ଇନ୍ଟରନେସନାଲ ଅଡିଟୋରିୟମ ଠାରେ ଶନିବାର ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବର୍ଗରେ ଶ୍ରୀ ନନ୍ଦଙ୍କୁ ଏହି ପୁରସ୍କାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପ୍ରଦାନ କରିଛନ୍ତି। ଦିଲ୍ଲୀର ପୁରାତନ ଓଡିଆ ସଙ୍ଗଠନ ପଲ୍ଲୀବାଣୀ ମିଶନ ପକ୍ଷରୁ ପ୍ରବଣୀ ତଥା ପ୍ରତିଭା ସମ୍ପନ୍ନ ସାମ୍ବାଦିକ ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଭିନ୍ନ ବର୍ଗରେ ୭ ଜଣ ସାମ୍ବାଦିକ ଓ ସାମ୍ବାଦିକା ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଶ୍ରୀ ନନ୍ଦ ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ୱ। ଏହି ସମ୍ବର୍ଦ୍ଧନା ସଭାରେ ପଲ୍ଲିବାଣୀର ଅଧ୍ୟକ୍ଷ ରାମଚନ୍ଦ୍ର ନାଥଙ୍କ ସମେତ ସମ୍ମାନୀତ ଅତିଥି ରୂପେ ହିନ୍ଦୁସ୍ଥାନର ପରିଚାଳନା ସମ୍ପାଦକ ପ୍ରତାପ ସୋମବଂଶୀ, ଆଇଏଏନଏସର କୋ ପ୍ରମୋଟର ସନ୍ଦିପ ବାମଜାଇ ଓ ଇକୋନୋମିକ ଟାଇମର କାର୍ଯ୍ୟକାରୀ ସମ୍ପାଦକ ପ୍ରଣବ ଧଳ ସାମନ୍ତ ଉପସ୍ଥିତ ରହିଥିଲେ। ଶ୍ରୀ ନନ୍ଦଙ୍କୁ ମିଳିଥିବା ପୁରସ୍କାର ପାଇଁ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories