www.samajalive.in
Saturday, December 6, 2025
26.1 C
Bhubaneswar

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲା ଏଏସଆଇ ଓ ବିଶେଷଜ୍ଞ ଟିମ୍

ପୁରୀ: ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲା ଏଏସଆଇ ଓ ବିଶେଷଜ୍ଞ ଟିମ୍।  ଆଜିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି  କାର୍ଯ୍ୟକ୍ରମ ଚାଲିବ। ବିଶେଷଜ୍ଞ ଟିମ୍ ଗୁପ୍ତ ରତ୍ନଭଣ୍ଡାର ଓ ସୁଡଙ୍ଗ ନେଇ ଯାଞ୍ଚ କରୁଥିବା ସୂଚନା ମିଳିଛି। ଭିତର ଏବଂ ବାହାର ରତ୍ନଭଣ୍ଡାର କାନ୍ଥ କିମ୍ବା ଚଟାଣ ନିକଟରେ କୌଣସି ଗୁପ୍ତ କୋଠରି ରହିଛି କି ନାହିଁ  ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି ବିଶେଷଜ୍ଞ। ଏଥିପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳର ଉପଯୋଗ କରାଯିବ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏଥିପାଇଁ ୧୭ଜଣିଆ କମିଟି ଗଠନ କରାଯାଇଛି। ସେଥିରେ କେନ୍ଦ୍ର ସରକାରଙ୍କ ଦୁଇଟି ବୈଷୟିକ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକଙ୍କୁ ସାମିଲ କରାଯାଇଛି। ଦିନ ୨ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତିନିଦିନ ଧରି ଯାଞ୍ଚ ପ୍ରକ୍ରିୟା କରାଯିବ। ତାହାକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ନିତିକାନ୍ତି ସଅଳ କରାଯିବ। ଦିନ ଗୋଟାଏଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆଗାମୀ ୨୪ ତାରିଖରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଶାରଦୀୟ ଦୂର୍ଗାପୂଜା ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଶ୍ରୀଜୀଉଙ୍କ କେତେକ ବିଶେଷ ନିତିକାନ୍ତି ରହିଛି। ତେଣୁ ଏହାପୂର୍ବରୁ ରତ୍ନଭଣ୍ଡାର ଯାଞ୍ଚ ଶେଷ କରାଯିବ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories