www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ଲାଷ୍ଟିକ ଜବତ, ୧୦ ହଜାର ଟଙ୍କା ଜରିମାନା

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ କ୍ରମରେ ଏବେ ପ୍ଲାଷ୍ଟିକ ବିକ୍ରି ଉପରେ ଚଢ଼ଉ ଜାରି ରହିଛି। ଶୁକ୍ରବାର ଗୋଲବଜାର ଅଞ୍ଚଳର ବିଭିନ୍ନ ହୋଲସେଲ ଗୁଡିକରେ ଚଢ଼ଉ କରାଯାଇ ୬୫ କିଗ୍ରା ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଜବତ କରାଯିବା ସହ ୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଅପରାହ୍ନରେ ସ୍ଥାନୀୟ ଗୋବିନ୍ଦତୋଲା ଅଞ୍ଚଳରେ ଏକ ହୋଲସେଲ ଦୋକାନକୁ ଚଢ଼ଉ କରାଯାଇ ୨୪ କିଗ୍ରା ପ୍ଲାଷ୍ଟିକ ଓ ୧୦ ହଜାର ଟଙ୍କାର ଜରିମାନା କରାଯାଇଛି। ସହରର ଛୋଟ ଛୋଟ ବିକ୍ରେତା ମାନଙ୍କ ଠାରୁ ପ୍ଲାଷ୍ଟିକ ଜବତ କରାଯାଇ ତାଗିଦ କରାଯାଉଥିବା ବେଳେ ହୋଲେସେଲ ଦୋକାନ ଗୁଡିକୁ ଜରିମାନା କରାଯାଉଛି। ଜନତାଙ୍କୁ ସଚେତନ କରିବା ଏବଂ ପ୍ଲାଷ୍ଟିକର ବ୍ୟବହାରକୁ ବନ୍ଦ କରିବା ପାଇଁ ସ୍ୱଚ୍ଛତା ଅଭିଯାନ କ୍ରମରେ ଏହା କରାଯାଉଛି ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୁଚନାଯୋଗ୍ୟ ଯେ, ୨୦୧୩ ମସିହାରୁ ସମ୍ବଲପୁର ମହାନଗର ନିଗମରେ ରାଜ୍ୟର ପ୍ରଥମ ସହର ରୂପେ ପ୍ଲାଷ୍ଟିକ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଯାଇଛି। କିନ୍ତୁ ପ୍ରକୃତ କ୍ଷେତ୍ରରେ ତାହା ଆଜି ପର୍ଯ୍ୟନ୍ତ ପ୍ରତିଫଳିତ ହୋଇ ନାହିଁ।

 

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories