ଗ୍ରାହକ ଭାବେ ମଦ ଦୋକାନରେ ପହଞ୍ଚିଲେ ଜିଲାପାଳ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ : ବୁଧବାର ଦେହରାଦୁନର ଜିଲାପାଳ ସବିନ ବନ୍ସଲ ପୁରୁଣା ମସୁରୀ ରୋଡ୍ ସ୍ଥିତ ଏକ ମଦ ଦୋକାନ ଗସ୍ତ କରିଥିଲେ । ସେଠାରେ ପ୍ରତି ବୋତଲ ପିଛା ୨୦ ଟଙ୍କା ଅଧିକ ନିଆଯାଉଥିବା ଜାଣିବାକୁ ପାଇଲେ ଜିଲାପାଳ । ସେ ଗ୍ରାହକ ଭଳି ଯାଇ ମଦ ବୋତଲ ମଗାଇଥିଲେ । ଯାହାର ଦାମ୍ ୬୬୦ ଟଙ୍କା ଥିଲା କିନ୍ତୁ ଦୋକାନରେ ୬୮୦ ଟଙ୍କା ମଗାଗଲା । ଏହା ପରେ ସେ ନିଜ ପରିଚୟ ଦେଇ ୫୦ ହଜାର ଟଙ୍କା ଚାଲାଣ କାଟିଥିଲେ । ଏହି ସବୁର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।
शराब के ठेके पर अचानक देहरादून के DM पहुँचे देखे फिर क्या हुआ?
इस बार देहरादून वालों क़ो DM गजब मिला हैं, ओवर रेटिंग जाँचने के लिए खुद पहुंच गए ठेके पर, दुकानदारों क़ो पता चला तो होश हो गए फाकता
जिलाधिकारी सविन बंसल के निर्देश पर देहरादून में शराब की दुकानों अपर जिलाधिकारी… pic.twitter.com/bw0ezjPLXI
— Pyara Uttarakhand प्यारा उत्तराखंड (@PyaraUKofficial) September 18, 2024
ଦୋକାନରେ ଏଭଳି ଦୃଶ୍ୟ ଦେଖି ସେଠାରେ ଥିବା ସମସ୍ତେ ଚକିତ ହୋଇଗଲେ । ଅଧିକ ଦାମ୍ ନେବା ସହିତ ଦୋକାନ ଖୋଲିବା ଏବଂ ବନ୍ଦ ହେବାର କୌଣସି ନିର୍ଦ୍ଧାରିତ ସୂଚନା ମଧ୍ୟ ନଥିଲା ଏବଂ କର୍ମଚାରୀଙ୍କ ପାଖରେ କୌଣସି ଆଇଡି କାର୍ଡ ମଧ୍ୟ ନଥିଲା । ତେବେ ଏହି ଦୋକାନ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।
Comments are closed.