www.samajalive.in
Monday, December 15, 2025
14.1 C
Bhubaneswar

ଅଜଗର ଓ କୁମ୍ଭୀରର ଭୟଙ୍କର ଲଢେଇ, ମାତ୍ର ୪୦ ସେକେଣ୍ଡରେ ଦରମରା: ଭିଡିଓ ଭାଇରାଲ୍

ସମାଜ ଡିଜିଟାଲ ଡେସ୍କ: କୁମ୍ଭୀର ଏକ ଭୟଙ୍କର ଶିକାରୀ। ତା’ ପାଟି ଜାବରେ ଏତେ ଶକ୍ତି ଥାଏ ଯେ, ସେ କଇଁଛ ଖୋଳପାକୁ ମଧ୍ୟ ଚୁରମାର୍‌ କରିପାରେ। ସାମାଜିକ ଗଣମାଧ୍ୟମରେ ଏକ ଲୋମହର୍ଷଣକାରୀ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଏକ ଅଜଗର ଗୋଟିଏ କୁମ୍ଭୀର ସହ ପଙ୍ଗା ନେଉଥିବା ଦେଖିବାକୁ ମିଳିଛି। କିନ୍ତୁ କୁମ୍ଭୀର ତାକୁ ଏତେ ନିର୍ଦ୍ଦୟ ଭାବେ ମାରୁଛି ଯେ, ଯାହା ଦେଖି ଲୋକଙ୍କ ଲୋମ ଶିହରି ଉଠୁଛି। ସେ ଅଜଗରକୁ କେବଳ ପାଟି ଜାବରେ ଭିଡ଼ି ଧରିନାହିଁ, ବରଂ ଅତି ନିର୍ଦ୍ଦୟ ଭାବେ ଏପଟ ସେପଟ କରି କଚାଡ଼ୁଛି। ଯଦ୍ଵାରା ସାପର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ୁଛି।


୪୦ ସେକେଣ୍ଡର ଏହି ଭିଡିଓରେ ଦେଖାଯାଉଛି ଯେ, ଜଣଙ୍କ ଘର ପଛପଟେ ଏକ କୁମ୍ଭୀର ଏବଂ ଏକ ଅଜଗର ପରସ୍ପର ଲଢୁଛନ୍ତି। କୁମ୍ଭୀରଟି ସାପ ଉପରେ ଭାରି ପଡ଼ୁଛି। ସେ ଅଜଗରର ମଝି ଭାଗକୁ ପାଟିରେ ଜାବୁଡ଼ି ଧରିଛି। ଏହାପରେ ଜୋରରେ ଏପଟ ସେପଟ କରି କଚାଡ଼ୁଛି। ଅଜଗର ନିଜକୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରୁଛି। କିନ୍ତୁ କୁମ୍ଭୀର ଜାବରୁ ନିଜକୁ ମୁକ୍ତ କରିବାରେ ବିଫଳ ହେଉଛି। ଶେଷରେ ସେ ହାର ମାନୁଥିବା ଦେଖିବାକୁ ମିଳିଛି।

ସମ୍ବଲପୁରୀ ଗାୟିକା ରୁକ୍ସାନାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ଲୋ ପଏଜନ ଦେଇ ହତ୍ୟା ଅଭିଯୋଗ

- Advertisement -

ଏକ୍ସରେ ଏହି ଭିଡିଓକୁ ବର୍ତ୍ତମାନସୁଦ୍ଧା ୧୭ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି। ଏଥିସହ ୭୪ ହଜାର ଲାଇକ୍ ଏବଂ ହଜାର ହଜାର କମେଣ୍ଟ କରିଥିବା ଦେଖିବାକୁ ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories