www.samajalive.in
Saturday, December 6, 2025
16.1 C
Bhubaneswar

ସମ୍ବଲପୁରୀ ଗାୟିକା ରୁକ୍ସାନାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ଲୋ ପଏଜନ ଦେଇ ହତ୍ୟା ଅଭିଯୋଗ

ସମାଜ ଡିଜିଟାଲ ଡେସ୍କ: ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋଙ୍କ ସନ୍ଦେହଜନ ଭାବେ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲା ଭବାନୀପାଟଣାର ରୁକ୍ସାନାଙ୍କ ମୃତ୍ୟୁକୁ ନେଇ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ୧୫ ଦିନ ତଳେ ବଲାଙ୍ଗିରରେ ଶୁଟିଂ ଚାଲିଥିଲାବେଳେ ସେ ରୁକ୍ସାନା ଅସୁସ୍ଥ ହୋଇପଡ଼ିଥିଲେ। ସେ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଥିବା କୁହାଯାଉଥିବାବେଳେ ପରିବାର ଲୋକେ ଏହାକୁ ଖଣ୍ଡନ କରିଛନ୍ତି।

ସ୍କ୍ରବ ଟାଇଫସ ନୁହେଁ, ସ୍ଲୋ ପଏଜନ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ସ୍ଲୋ ପଏଜନ ଦେଇ ତାଙ୍କୁ ହତ୍ୟା କରାଯାଇଛି। ହତ୍ୟା ପଛରେ ପଶ୍ଚିମଓଡ଼ିଶାର ଜଣେ ବିଶିଷ୍ଟ କଳାକାର ବା ଗାୟକଙ୍କ ହାତ ରହିଛି। ଯୋଜନାବଦ୍ଧ ଭାବେ ରୁକ୍ସାନାକୁ ହତ୍ୟା କରାଯାଇଛି ବୋଲି ସେମାନେ କହିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories