www.samajalive.in
Saturday, December 6, 2025
26.1 C
Bhubaneswar

ଚାଉଳିଆଗଞ୍ଜର ପ୍ରସିଦ୍ଧ ଖୁଦୁରୁକୁଣୀ ମେଳଣ ଶେଷ

କଟକ: କଟକରେ ବୁଧବାର ଚାଉଳିଆଗଞ୍ଜର ପ୍ରସିଦ୍ଧ ଖୁଦୁରୁକୁଣୀ ମେଳଣ ଶେଷ ହୋଇଛି । ୧୭ଟି ପୂଜା ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରାଯିବା ସହ ଭସାଣି ଉତ୍ସବ ଜାକଜମକରେ ପାଳନ କରାଯାଇଛି। ଅପରାହ୍ନ ସୁଦ୍ଧା ସମସ୍ତ ମେଢ଼ ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ଏକାଠି ହେବା ପରେ ନମ୍ବର ଅନୁଯାୟୀ ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଚାଉଳିଆଗଞ୍ଜ ଖେଳ ପଡ଼ିଆରୁ ମେଢ଼ ବାହାରି ମଠ ସାହି, ସାହି ଛକ, ଥଟାରି ସାହି, ଗାନ୍ଧୀ ଛକ, ନୀଳାଦ୍ରୀ ବିହାର, କୈବଲ୍ୟବିହାର, ଅପର୍ଣ୍ଣାନଗର ମୁଖ୍ୟରାସ୍ତା, ଦୂର୍ଗାଛକ, ତଳସାହିରେ ପହଞ୍ଚିଥିଲା। ଏହାମଧ୍ୟରେ ସମସ୍ତ ମେଢ଼ ପକ୍ଷରୁ ରଙ୍କ ବେରଙ୍ଗ ଆଲୋକ ସଜା ସହ ଭସାଣି ଶୋଭାଯାତ୍ରା ପାଇଁ ବ୍ରହ୍ମପୁର ବାଜା, ଜଗତସିଂହପୁର ଘଣ୍ଟ ବାଦ୍ୟ, ଯାଜପୁର ଶଙ୍ଖ ମୁଖ୍ୟ ଆକର୍ଷଣ ଥିଲା । ଅନ୍ୟପଟେ ଶାନ୍ତିଶୃଙ୍ଖଳାରେ ଭସାଣି ଉତ୍ସବ ଶେଷ କରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories