www.samajalive.in
Friday, December 5, 2025
20.1 C
Bhubaneswar

ପୋଲର ଉଭୟ ପାର୍ଶ୍ଵରେ ଗର୍ତ୍ତ ; ଯାତାୟତ ପ୍ରଭାବିତ

ରେଙ୍ଗାଲିକ୍ୟାମ୍ପ: ବରଗଡ଼଼ ଜିଲ୍ଲା ଅତାବିରା ବସଷ୍ଟାଣ୍ଡ ଛକରୁ ବାବେବିରାକୁ ଯାଇଥିବା ରାସ୍ତାର ସ୍କୁଲ ଛକରୁ ବୁଗବୁଗାକୁ ଯାଇଥିବା ୫ କିମି ବିଶିଷ୍ଟ ଗ୍ରାମ୍ୟ ଉନ୍ନୟନ ରାସ୍ତାର ଦ୍ୱାର ମୁହଁଟି ବିପଦ ସଂକୁଳ ଅବସ୍ଥାରେ ଦୀର୍ଘ ହେଲା ରହିଛି। କେନାଲ ଉପରେ ତିଆରି ହୋଇଥିବା ପାଇପ ପୋଲର ଉଭୟ ପାର୍ଶ୍ବରେ ଗର୍ତ୍ତ ହୋଇ ରାସ୍ତାଟି ଫାଟି ଯାଇଛି। ଯାହା ଫଳରେ ଯାତ୍ରୀମାନେ ନାହିଁ ନଥିବାର ହଇରାଣ ହେଉଛନ୍ତି। ଏପରିକି ଏହି ରାସ୍ତା ଦେଇ ଯାଉଥିବା ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ ସେବା ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ଗୁଡ଼ିକ ଯାତାୟାତ ଠପ ହୋଇଛି। ଏହାଦ୍ବାରା ବୁଗବୁଗା, ଭୁତଟିକ୍ର, ପଲସାପାଲି, କର୍ମୀଟିକ୍ରା, ଗମ୍ଭା ଟିକ୍ରା ଗାଁକୁ ୪ ଚକିଆ ଯାନ ଯାଇପାରୁ ନାହିଁ। ଅପରପକ୍ଷେ ଏହି ରାସ୍ତା ଉପରେ ନିର୍ଭର କରି ଅତାବିରାକୁ ଆସୁଥିବା କ୍ଷୀରାପାଲି, ଭୈରୁପାଲି, ଝିଲିମିଣ୍ଡା ଅଞ୍ଚଳର ଛାତ୍ରଛାତ୍ରୀ, ଚାଷୀ, ବ୍ୟବସାୟୀ, ହିତାଧିକାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ନେବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories