www.samajalive.in
Friday, December 5, 2025
17.1 C
Bhubaneswar

ଚକ୍‌ଖଡିରେ ମୋଦୀ ଓ ତାଙ୍କ ମାଆଙ୍କ ପ୍ରତିକୃତି

ଗୋପାଳପୁର :  ଗୋପାଳପୁର ସନ୍ନିକଟ ଡୁରା ନିବାସୀ ତଥା ବିଟେକ ଛାତ୍ର କେ. ବିଜୟ କୁମାର ରେଡ୍ଡୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ମାଆଙ୍କ ଅବିକଳ ପ୍ରତିକୃତି ଚକଖଡିରେ ନିର୍ମାଣ କରିଛନ୍ତି। ବିଜୟ ମାତ୍ର ୩ ଘଣ୍ଟା ପରିଶ୍ରମ କରି ଦୁଇଟି ଚକଖଡିରେ ମୋଦୀ ତାଙ୍କ ମାଆଙ୍କ ପାଦ ଧୋଉଥିବା କଳାକୃତି ନିର୍ମାଣ କରିଛନ୍ତି। ମୋଦୀଙ୍କ କଳାକୃତିର ଉଚ୍ଚତା ୨ ସେମି ରହିଥିବା ବେଳେ ତାଙ୍କ ମାଆଙ୍କ ପ୍ରତିକୃତିର ଉଚ୍ଚତା ୩ ସେମି ରହିଛି।ଏହି କଳାକୃତିକୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ଉତ୍ସର୍ଗ କରିଥିବା କହିଛନ୍ତି।ଶ୍ରୀ ରେଡ୍ଡୀ ପୂର୍ବରୁ ଚକଖଡି ଓ ପେନସିଲ ମୁନରେ କ୍ରିକେଟ ବିଶ୍ବ କପ୍, ଫୁଟ ବଲ୍ ବିଶ୍ୱକପ୍ ସହ ଅନ୍ୟାନ୍ୟ ଜାତୀୟ ତଥା ଅନ୍ତର୍ଜାତୀୟ ଉତ୍ସବ ଓ ଦିବସ ସମୟରେ କଳାକୃତି ନିର୍ମାଣ କରି ଲୋକଙ୍କ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ନିଜର କଳାକୃତି ପାଇଁ ବିଜୟ ଇଣ୍ଡିଆ ଓ ଏସିଆ ବୁକ୍ ଅଫ ରେକର୍ଡ୍ସର ଅଧିକାରୀ ହେବା ସହ ବିଭିନ୍ନ ବିଭାଗ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories