www.samajalive.in
Saturday, December 6, 2025
17.1 C
Bhubaneswar

ଜଳବାୟୁ ସଙ୍କଟ; ଅନାହାରରେ ରହିବେ ୪୦ ନିୟୁତ ପିଲା

ନୂଆଦିଲ୍ଲୀ: ଜଳବାୟୁ ସଙ୍କଟ ଗୁରୁତର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ୨୦୫୦ ସୁଦ୍ଧା ବିଶ୍ବରେ ପ୍ରାୟ ୪୦ ନିୟୁତ ପିଲା ଗୁରୁତର ଅନାହାର ପରିସ୍ଥିତିର ସମ୍ମୁଖୀନ ହେବେ ବୋଲି ‘ବିଲ୍‌ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଟେସନ’ର ରିପୋର୍ଟରେ ପ୍ରକାଶ ପାଇଛି।

ଏହି ରିପୋର୍ଟ ବିଶ୍ବକୁ ଚେତାବନୀ ଦେଇ କହିଛି ଯେ, ଏନେଇ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଲକ୍ଷ ଲକ୍ଷ ପିଲା ଅନାହାରର ଦୁଇଟି ସବୁଠାରୁ ବଡ଼ ଗମ୍ଭୀର ରୂପ ଉଚ୍ଚତା କମିବା ଓ କୁପୋଷଣର ଶୀକାର ହେବେ। ଫାଉଣ୍ଟେସନର ଅଷ୍ଟମ ବାର୍ଷିକ ରିପୋର୍ଟ ପୂର୍ବାନୁମାନ କରିଛି ଯେ, ଜଳବାୟୁ ସଙ୍କଟ ଫଳରେ ୨୦୫୦ ସୁଦ୍ଧା ଅତିରିକ୍ତ ପ୍ରାୟ ୨୮ ନିୟୁତ ପିଲା କୁପୋଷଣର ଶୀକାର ହେବେ।

- Advertisement -

ତେବେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଏହି ପ୍ରଭାବକୁ କମ୍‌ କରିବା ସହ ବୈଶ୍ବିକ ସ୍ବାସ୍ଥ୍ୟ ସ୍ଥିତି ସୁଧୁରିବା ସହ ଆର୍ଥିକ ଅଭିବୃଦ୍ଧି ହୋଇପାରିବ। ଜଳବାୟୁ ସଙ୍କଟ ବଢ଼ୁଥିବାବେଳେ ପିଲାଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ସୁରକ୍ଷା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନୁଦାନ ବୃଦ୍ଧି କରିବାକୁ ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ବିଶ୍ୱ ନେତାଙ୍କୁ ଆହ୍ବାନ ଦେଇଛି। ଫାଉଣ୍ଡେସନର ସହ-ଅଧ୍ୟକ୍ଷ ବିଲ୍ ଗେଟ୍ସ ଦର୍ଶାଇଛନ୍ତି ଯେ ମୁଦ୍ରାସ୍ଫୀତି ଓ ଋଣ ବୃଦ୍ଧି ଫଳରେ ବିଶ୍ୱ ପୂର୍ବ ଅପେକ୍ଷା ଅଧିକ ଆହ୍ବାନର ସମ୍ମୁଖୀନ ହୋଇଛି। ଆଫ୍ରିକୀୟ ଦେଶଙ୍କୁ ବୈଦେଶିକ ସହାୟତା ହ୍ରାସ ନେଇ ସେ ସୂଚାଇ କହିଛନ୍ତି ଯେ ୨୦୧୦ରେ ୪୦ ପ୍ରତିଶତ ସହାୟତା ଆଫ୍ରିକାକୁ ପଠାଯାଇଥିଲା, କିନ୍ତୁ ଏହି ସଂଖ୍ୟା ବର୍ତ୍ତମାନ ୨୫ ପ୍ରତିଶତକୁ ଖସି ଆସିଛି, ଯାହା ଦୁଇ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ଅଟେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories