ଚକ୍ଖଡିରେ ମୋଦୀ ଓ ତାଙ୍କ ମାଆଙ୍କ ପ୍ରତିକୃତି
ଗୋପାଳପୁର : ଗୋପାଳପୁର ସନ୍ନିକଟ ଡୁରା ନିବାସୀ ତଥା ବିଟେକ ଛାତ୍ର କେ. ବିଜୟ କୁମାର ରେଡ୍ଡୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ମାଆଙ୍କ ଅବିକଳ ପ୍ରତିକୃତି ଚକଖଡିରେ ନିର୍ମାଣ କରିଛନ୍ତି। ବିଜୟ ମାତ୍ର ୩ ଘଣ୍ଟା ପରିଶ୍ରମ କରି ଦୁଇଟି ଚକଖଡିରେ ମୋଦୀ ତାଙ୍କ ମାଆଙ୍କ ପାଦ ଧୋଉଥିବା କଳାକୃତି ନିର୍ମାଣ କରିଛନ୍ତି। ମୋଦୀଙ୍କ କଳାକୃତିର ଉଚ୍ଚତା ୨ ସେମି ରହିଥିବା ବେଳେ ତାଙ୍କ ମାଆଙ୍କ ପ୍ରତିକୃତିର ଉଚ୍ଚତା ୩ ସେମି ରହିଛି।ଏହି କଳାକୃତିକୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ଉତ୍ସର୍ଗ କରିଥିବା କହିଛନ୍ତି।ଶ୍ରୀ ରେଡ୍ଡୀ ପୂର୍ବରୁ ଚକଖଡି ଓ ପେନସିଲ ମୁନରେ କ୍ରିକେଟ ବିଶ୍ବ କପ୍, ଫୁଟ ବଲ୍ ବିଶ୍ୱକପ୍ ସହ ଅନ୍ୟାନ୍ୟ ଜାତୀୟ ତଥା ଅନ୍ତର୍ଜାତୀୟ ଉତ୍ସବ ଓ ଦିବସ ସମୟରେ କଳାକୃତି ନିର୍ମାଣ କରି ଲୋକଙ୍କ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ନିଜର କଳାକୃତି ପାଇଁ ବିଜୟ ଇଣ୍ଡିଆ ଓ ଏସିଆ ବୁକ୍ ଅଫ ରେକର୍ଡ୍ସର ଅଧିକାରୀ ହେବା ସହ ବିଭିନ୍ନ ବିଭାଗ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି।
Comments are closed.