www.samajalive.in
Monday, December 8, 2025
14.1 C
Bhubaneswar

ଗବେଷଣାକୁ ପ୍ରଶଂସା, ନରୱେ ସରକାରଙ୍କ ସହଯୋଗ ନେଇ ପ୍ରତିଶୃତି

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ଠାରେ ନିରନ୍ତର ଖାଦ୍ୟ ସୁରକ୍ଷା ସାଧନ ପାଇଁ କ୍ଷୁଦ୍ରଚାଷୀଙ୍କ ନିମନ୍ତେ ଜଳବାୟୁ ଅନୁକୂଳ କୃଷି ବ୍ୟବସ୍ଥା ସଂକ୍ରାନ୍ତ ଅନ୍ତର୍ଜାତୀୟ ସମ୍ମିଳନୀ ଆରମ୍ଭ ହୋଇଛି। ନୂଆଦିଲ୍ଲୀସ୍ଥିତ ନରୱେର ଜୈବ ଅର୍ଥନୀତି ଗବେଷଣା ଅନୁଷ୍ଠାନ (ନିବିଓ)ର ରେଜିଲିଏନ୍ସ ପ୍ରକଳ୍ପର ପୃଷ୍ଠପୋଷକତାରେ ଅନୁଷ୍ଠିତ ଏହି ସମ୍ମିଳନୀ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ନରୱେର ଭାରତୀୟ ରାଷ୍ଟ୍ରଦୂତ ମେ-ଏଲିନ୍ ଷ୍ଟିନର୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓୟୁଏଟି ଓ ନିବିଓର ସହଭାଗିତାରେ ଜଳବାୟୁ ଅନୁକୂଳ କୃଷି ସମ୍ବନ୍ଧୀୟ ଗବେଷଣାର ଉଚ୍ଚ ପ୍ରଶଂସା କରିଥିଲେ। ଏଥିସହ ଭବିଷ୍ୟତରେ ମଧ୍ୟ ନରୱେ ସରକାରଙ୍କ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ ସମ୍ମିଳନୀରେ ନିବିଓର ମହାନିର୍ଦେଶକ ଡ. ଇଭାର ଏଚ୍ କ୍ରିଷ୍ଟେନ୍ସେନ୍, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର, ନିବିଓର ଅନ୍ତର୍ଜାତୀୟ ବିକାଶ କେନ୍ଦ୍ରର ନିର୍ଦେଶକ ଡ. ଉଦୟ ଏସ୍ ନାଗୋଥୁ, ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ସମେତ ବିଶିଷ୍ଟ ବୈଜ୍ଞାନିକମାନେ ଯୋଗଦେଇ ନିରନ୍ତର ଖାଦ୍ୟ ସୁରକ୍ଷା ଲକ୍ଷ୍ୟ ହାସଲ ପାଇଁ ଜଳବାୟୁ ଅନୁକୂଳ କୃଷି ସମ୍ପର୍କିତ ଜ୍ଞାନକୌଶଳ ତଥା ସରକାରୀ ଯୋଜନା ବାବଦରେ ଉପସ୍ଥିତ ଛାତ୍ରଛାତ୍ରୀ, ବୈଜ୍ଞାନିକ ତଥା କୃଷକଙ୍କୁ ଅବଗତ କରାଇଥିଲେ। ଏହି ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ୫୦୦ ପ୍ରତିନିଧି ଯୋଗ ଦେଇଛନ୍ତି। ଉକ୍ତ ସମ୍ମିଳନୀରେ ନୂଆଦିଲ୍ଲୀସ୍ଥିତ ନରୱେ ଦୂତାବାସ ଓ ନିବିଓ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଆସାମ କୃଷି ବିଶ୍ବବିଦ୍ୟାଳୟ, ଜାତୀୟ ଧାନ ଗବେଷଣା କେନ୍ଦ୍ର, କଟକ ଓ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ସହାୟତାରେ ଆସାମ ଓ ଓଡ଼ିଶାରେ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ରେଜିଲିଏନ୍ସ ପ୍ରକଳ୍ପ ଗଞ୍ଜାମ ଜିଲାର ସୋରଡ଼ା ବ୍ଲକ୍ ଅନ୍ତର୍ଗତ ଲାଠିଗଦା ଓ ସୋରିଷାବିଲି, ରଙ୍ଗେଇଲୁଣ୍ଡା ବ୍ଲକ୍ ଅଧୀନସ୍ଥ ଚିକରଡ଼ା ଓ ଶାସନପଦର ଗ୍ରାମରେ ୨୦୧୮ ମସିହାରୁ ଏବଂ ଏବେ ଏହା ନୟାଗଡ଼ ଓ କନ୍ଧମାଳ ଜିଲାରେ କାର୍ଯ୍ୟକାରୀ ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories