www.samajalive.in
Sunday, December 7, 2025
14.1 C
Bhubaneswar

ଚାରି ମାସର ସର୍ବନିମ୍ନ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ୪ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ମୁଖ୍ୟତଃ ବିଦ୍ୟୁତ୍‌, ଇନ୍ଧନ, ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ଏବଂ କେତେକ ପରିବା ମୂଲ୍ୟ ହ୍ରାସ ହେତୁ ଜୁଲାଇ ତୁଳନାରେ ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇଛି।

ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଜାରି ତଥ୍ୟ ଅନୁଯାୟୀ ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ୨% ବଢ଼ିଥିବାବେଳେ ଅଗଷ୍ଟରେ ଏହା ମାତ୍ର ୧.୩% ବଢ଼ିଛି। ଗତବର୍ଷ ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି -୦.୫% ସ୍ତରରେ ଥିଲା।

- Advertisement -

ମନ୍ତ୍ରଣାଳୟର କହିବା ଅନୁଯାୟୀ ୨୦୨୪ ଅଗଷ୍ଟରେ ମୁଖ୍ୟତଃ ଖାଦ୍ୟ ପଦାର୍ଥ, ପ୍ରକ୍ରିୟାକୃତ ଖାଦ୍ୟ, କପଡ଼ା ଉତ୍ପାଦନ ଓ ଯନ୍ତ୍ରପାତି ନିର୍ମାଣ ମୂଲ୍ୟ ବଢ଼ିବାରୁ ମୁଦ୍ରାସ୍ଫୀତି ବଢ଼ିଛି। ପାଇକାରୀ ଖାଦ୍ୟ ମୁଦ୍ରାସ୍ଫୀତି ଜୁଲାଇରେ ୩.୬% ଥିବାବେଳେ ଅଗଷ୍ଟରେ ୩.୩% ରହିଛି, ଯାହା ୧୦ ମାସର ସର୍ବନିମ୍ନ ସ୍ତର। ତେବେ ଆଳୁ, ପିଆଜ, ଫଳ ଓ ଡାଲି ମୂଲ୍ୟ ଅଧିକ ରହିଛି।

ଆଳୁ ମୁଦ୍ରାସ୍ଫୀତି ଜୁଲାଇରେ ୭୬.୨% ଥିବାବେଳେ ଅଗଷ୍ଟରେ ଏହା ୭୮%କୁ ବଢ଼ିଛି। ଜୁଲାଇରେ ପିଆଜ ମୂଲ୍ୟ ବାର୍ଷିକ ହାରରେ ୮୮.୮% ବଢ଼ିଥିବାବେଳେ ଅଗଷ୍ଟରେ ଏହା ୬୫.୬% ବଢ଼ିଥିଲା।

ସର୍ବଶେଷ ତଥ୍ୟ ଅନୁଯାୟୀ, ପରିବା ଓ କେତେକ ଖାଦ୍ୟ ମୂଲ୍ୟ ଅଧିକ ଥିବାରୁ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ସାମାନ୍ୟ ବଢ଼ିଥିଲେ ମଧ୍ୟ ଏହା କ୍ରମାଗତ ଦ୍ବିତୀୟ ମାସରେ ରିଜର୍ଭ ବ୍ୟାଙ୍କର ଲକ୍ଷ୍ୟସ୍ତର ୪%ରୁ କମ୍‌ ରହିଥିଲା। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବୈଶ୍ବିକ ସ୍ତରରେ ଇନ୍ଧନ ମୂଲ୍ୟ କମ୍‌ ଥିବାବେଳେ ସାମଗ୍ରୀ ମୂଲ୍ୟ ମଧ୍ୟ ମଧ୍ୟମ ଥିବାରୁ ସେପ୍ଟେମ୍ବରରେ ବିଶ୍ବସ୍ତରରେ ମୁଦ୍ରାସ୍ଫୀତି କମିବା ଆଶା କରାଯାଉଛି।

Hot this week

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

Related Articles

Popular Categories