ସମାଜ ଡିଜିଟାଲ ଡେସ୍କ: ବଲିଉଡ ଅଭିନେତ୍ରୀ ଅଦିତି ରାଓ ହାଇଦରୀ ଓ ସିଦ୍ଧାର୍ଥ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହର କିଛି ସୁନ୍ଦର ଫଟୋ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସେୟାର କରି ନିଜର ପ୍ରଶଂସକଙ୍କୁ ଜଣାଇଛନ୍ତି। ଦୀର୍ଘ ଦିନ ଉଭୟ ସମ୍ପର୍କରେ ରହିବା ପରେ ମାର୍ଚ୍ଚରେ ନିର୍ବନ୍ଧ କରିଥିଲେ। ଶେଷରେ ଏହି କପୁଲ ସିକ୍ରେଟଲି ବିବାହ କରିଥିବା ଜଣାପଡ଼ିଛି। ଇନଷ୍ଟାଗ୍ରାମରେ ବିବାହର ୯ଟି ଫଟୋ ସେୟାର କରି ଅଦିତି ଲେଖିଛନ୍ତି ଯେ ‘ତୁମେ ମୋର ସୂର୍ଯ୍ୟ, ମୁଁ ତୁମର ଚନ୍ଦ୍ର..। ଉଭୟଙ୍କ ପ୍ରଶଂସକମାନେ ଫଟୋକୁ ଦେଖି ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।
Popular Categories



