www.samajalive.in
Monday, December 15, 2025
26.1 C
Bhubaneswar

ନୂଆ ସିମ୍‌ କାର୍ଡ ପାଇଁ ବଦଳିଲା ନିୟମ; ସରକାରଙ୍କ ନିଷ୍ପତ୍ତି ପରେ ଏମାନଙ୍କ ଉପରେ ପଡିବ ପ୍ରଭାବ..

ନୂଆଦିଲ୍ଲୀ : ନୂଆ ସିମ୍‌ କାର୍ଡ କିଣିବାକୁ ବିଚାର କରୁଥିଲେ କିମ୍ବା ମୋବାଇଲ ନମ୍ବରକୁ ପୋର୍ଟ କରିବାକୁ ଚାହୁଁଥିଲେ, ତେବେ କିଛି ନୂଆ ନିୟମ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ । ଏହା ଆପଣଙ୍କ ପାଇଁ ସହାୟକ ହେବ । ଏହାସହ ନୂଆ ନିୟମ ଆସିବା ଦ୍ୱାରା ସିମ୍‌ କାର୍ଡ କିଣିବା ଅତ୍ୟନ୍ତ ସହଜ ଓ ସୁରକ୍ଷିତ ହୋଇଯିବ । ସରକାରଙ୍କ ପକ୍ଷରୁ ସିମ୍‌ କାର୍ଡର ନିୟମରେ ପରିବର୍ତ୍ତନ କରାଯାଇଥିଲା, ଯାଦ୍ୱାରା ସିମ୍‌ କାର୍ଡ ପାଇବା ପାଇଁ କମ୍ପାନୀ ଷ୍ଟୋରକୁ ଯିବାକୁ ପଡିବ ନାହିଁ । ଜାଣନ୍ତୁ ଏହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ..

ଜାଣନ୍ତୁ : ଏହି ରାଶିର ଲୋକେ କମ୍‌ ପରିଶ୍ରମ ପରେ ବି ହୁଅନ୍ତି କୋଟିପତି, ଟଙ୍କା ମାମଲାରେ ଏମାନେ ଭାଗ୍ୟଶାଳୀ..

- Advertisement -

ସରକାରଙ୍କ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି । ଏଥିରେ କୌଣସି ଡକ୍ୟୁମେଣ୍ଟର ଆବଶ୍ୟକତା ନାହିଁ, ଯାଦ୍ୱାରା ସହଜ ଉପାୟ ହୋଇପାରିବ। ଟ୍ରାଇ ସମେତ ସମସ୍ତ ଏଜେନ୍ସି ଅନୁଯାୟୀ, ଏହାଦ୍ୱାରା ନକଲି ସିମ୍‌ କାର୍ଡ ଉପରେ ରୋକ ଲଗାଯାଇପାରିବ । ପ୍ରଥମେ କେବଳ ପରିଚୟ ପତ୍ର ଦେଇ ସିମ୍‌ କାର୍ଡ ପାଇ ପାରୁଥିଲେ । ମାତ୍ର ବର୍ତ୍ତମାନ ଇ-କେୱାଇସି କରିବାକୁ ପଡିବ । ଅର୍ଥାତ ଉପଭୋକ୍ତାଙ୍କୁ ଦୋକାନରେ ଉପସ୍ଥିତ ରହିବାକୁ ପଡିବ । ଯେଉଁ ଉପଭୋକ୍ତା ଦୋକାନ ଯିବାକୁ ଚାହୁଁ ନାହାଁନ୍ତି, ସେ ମୋବାଇଲ୍ କମ୍ପାନୀର ଅନଲାଇନ୍ ପୋର୍ଟାଲ୍ ମଧ୍ୟ ବ୍ୟବହାର କରିପାରିବେ। ଅନଲାଇନ୍ ପୋର୍ଟାଲ୍ ସାହାଯ୍ୟରେ ସେ ଏକ ନୂତନ ସିମ୍ ପାଇପାରିବେ। ଏଠାରେ ତାଙ୍କୁ ଆଧାର ନମ୍ବର ପ୍ରବେଶ କରିବା ପରେ ତାଙ୍କୁ ଇ-କେୱାଇସି କରିବାକୁ ପଡିବ। ଏହା ତାଙ୍କ ପାଇଁ ଏକ ଅତି ସହଜ ପ୍ରକ୍ରିୟା ହେବ। ଏକ ନୂତନ ସିମ୍ ପାଇବା ସହ ଏହାକୁ ପୋର୍ଟ କରିବା ପାଇଁ ସହାୟକ ହେବ।

ଭୋଡାଫୋନ୍‌ ଆଇଡିଆ ଶସ୍ତା ରିଚାର୍ଜର ଭାଙ୍ଗିଲା ରେକର୍ଡ; ମିଳିବ ଏସବୁ ସୁବିଧା, ଦାମ୍‌ ମାତ୍ର..

ଜାଲିଆତି ଏବଂ ସ୍ପାମ୍ କଲ୍ ବନ୍ଦ କରିବାକୁ ସରକାର କ୍ରମାଗତ ଭାବରେ ନୂତନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ମଧ୍ୟରେ ଏପରି ଅନେକ ନମ୍ବରର ଚିହ୍ନଟ କରାଯାଇଛି, ଯାହା ନିଜ ନମ୍ବରକୁ ଭୁଲ୍‌ ଶୈଳୀରେ ବ୍ୟବହାର କରୁଛନ୍ତି । ଏଥିରେ ଲୋକାଲ୍‌ ନମ୍ବର ନେଇ ତା’ର ବ୍ୟବହାର ବ୍ୟବସାୟିକ ଉଦେଶ୍ୟ ଦ୍ୱାରା ମଧ୍ୟ ଅନେକ ବ୍ୟବହାରକାରୀ କରି ଥାଆନ୍ତି । ଏହି ପ୍ରକ୍ରିୟା ପାଇଁ ଟେଲିକମ୍ କମ୍ପାନୀଗୁଡିକ ଟ୍ରାଇରୁ କିଛି ସମୟ ମାଗିଛନ୍ତି ।

ଭିଡିଓରେ ଦେଖନ୍ତୁ; କାଶ୍ମୀରରେ ଆତଙ୍କୀ ନିହତ ହେବାର ଲାଇଭ୍‌ ଭିଡିଓ..

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories