www.samajalive.in
Thursday, December 11, 2025
14.1 C
Bhubaneswar

ବର୍ଷର ଶେଷ ଚନ୍ଦ୍ରଗ୍ରହଣ; ଜାଣନ୍ତୁ ଘରେ କ’ଣ କରିଲେ ହେବ ଶୁଭଫଳ

ସମାଜ ଡିଜିଟାଲ ଡେସ୍କ: ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୧୮ ସେପ୍ଟେମ୍ବରରେ ଲାଗିବାକୁ ଯାଉଛି। ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏଥିପାଇଁ ଚନ୍ଦ୍ରଗ୍ରହଣର ନୀତିନିୟମ ଆମ ଦେଶରେ ଲାଗୁ ହେବନାହିଁ। କିନ୍ତୁ ଗ୍ରହଣ ଲାଗିବା ବେଳେ କିଛି ନୀତିନିୟମ ପାଳନ କରିବା ଜରୁରୀ। ଗ୍ରହଣ ସମୟରେ କୌଣସି ଶୁଭକାମ ନକରିବା, ଖାଦ୍ୟ ନଖାଇବା, ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିବାକୁ ବାରଣ କରିବା ଲାଭଦାୟକ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ କିଛି ବିଶେଷ ପଦକ୍ଷେପ କରିଲେ ଜୀବନରେ ଅନେକ ସମସ୍ୟାର ସମାଧାନ ହୋଇପାରିବ।
ଚନ୍ଦ୍ରଗ୍ରହଣର ସମୟ ଜାଣନ୍ତୁ:
ଭାରତୀୟ ସମୟ ଅନୁସାରେ ସକାଳ ୬:୧୨ମିିନିଟରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇ ୧୦:୧୭ରେ ଶେଷ ହେବ। ଏହି ସମୟରେ ଆପଣ କିଛି ଉପାୟ ଆପଣାଇବା ଦ୍ୱାରା ଏହାର ପ୍ରଭାବ ଆପଣଙ୍କ ରାଶିଫଳ ଏବଂ ଜୀବନର ସମସ୍ୟା ଦୂର କରିବାରେ ସହାୟକ ହୋଇପାରେ।
ଶିବ ମନ୍ତ୍ର ଜପ କରନ୍ତୁ:
ଯଦି ଆପଣଙ୍କ ରାଶିରେ ଚନ୍ଦ୍ର ଦୁର୍ବଳ ରହିଛନ୍ତି ତେବେ ଏହା ମାନସିକ ଚାପ, ଭାବପ୍ରବଣ ଅସ୍ଥିରତା ଏବଂ ମା ସହିତ ସମ୍ପର୍କରେ ଦୂରତା ସୃଷ୍ଟି କରିପାରେ। ଚନ୍ଦ୍ରଗ୍ରହଣ ଦିନ ଶିବଙ୍କ ମନ୍ତ୍ର ଜପ କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ ଏବଂ ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିଥାଏ।
ଧଳା ବସ୍ତୁ ଦାନ କରନ୍ତୁ:
ଚନ୍ଦ୍ରଙ୍କ ଦୋଷ ଦୂର କରିବା ପାଇଁ ଚନ୍ଦ୍ରଗ୍ରହଣ ଦିନ ଧଳା ପୋଷାକ ପରିଧାନ କରନ୍ତୁ। ଏହା କେବଳ ଆପଣଙ୍କ ରାଶିରେ ଶକ୍ତିଶାଳୀ କରିବ ନାହିଁ ବରଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତି ହେବ। କ୍ୟାର୍ରିରରେ ଅଗ୍ରଗତି, ଧନ ବୃଦ୍ଧି ଏବଂ ଜମା ହୋଇଥିବା ଧନରେ ମଧ୍ୟ ଳାଭ କରିଥାଏ।
ଋଣରୁ ମୁକ୍ତି ପାଇବା ପାଇଁ ଉପାୟ:
ଯଦି ଆପଣ ଋଣ ପାଇଁ ଚିନ୍ତାରେ ଅଛନ୍ତି ଚନ୍ଦ୍ରଗ୍ରହଣ ଦିନ ଏକ ନୂଆ ତାଲା କିଣି ଚନ୍ଦ୍ରର ଆଲୋକରେ ରଖନ୍ତୁ। ପରଦିନ ଏହାକୁ ଏକ ମନ୍ଦିରରେ ରଖନ୍ତୁ। ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ଋଣ ମୁକ୍ତ ଶୀଘ୍ର ହୋଇଥାଏ।
କାଉ ଏବଂ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ: 
ଯଦି ଆପଣ କ୍ୟାରିଅରରେ ସଫଳତା ପାଇବାକୁ ଚାହୁଁଛନ୍ତି ଏବଂ ଚାକିିରି ପାଇବାକୁ ଆଶା ରଖିଛନ୍ତି ତେବେ ଚନ୍ଦ୍ରଗ୍ରହଣ ଦିନ କାଉକୁ ମିଠା ଚାଉଳ ଖାଇବାକୁ ଦିଅନ୍ତୁ। ଏହାସହିତ ପିମ୍ପୁଡିକୁ ମଇଦା ଦେବା ଦ୍ୱାରା ଆର୍ଥିକ ଲାଭ ମିଳିଥାଏ।

 

- Advertisement -

 

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories