www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ : ଏହି ରାଶିର ଲୋକେ କମ୍‌ ପରିଶ୍ରମ ପରେ ବି ହୁଅନ୍ତି କୋଟିପତି, ଟଙ୍କା ମାମଲାରେ ଏମାନେ ଭାଗ୍ୟଶାଳୀ..

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେକୌଣସି ବ୍ୟକ୍ତିଙ୍କ ଭବିଷ୍ୟତ, ସ୍ୱଭାବ ଓ ବ୍ୟକ୍ତିତ୍ୱ ବିଷୟରେ ତାଙ୍କ ରାଶି ଦ୍ୱାରା ଜଣାଯାଇଥାଏ । ଶାସ୍ତ୍ର ଅନୁଯାୟୀ କିଛି ରାଶି ଲୋକେ ଟଙ୍କାକୁ ସଠିକ୍‌ ଭାବେ ଉପଯୋଗ କରିବା ଓ କମ୍‌ ସମୟରେ ମଧ୍ୟ ଅଧିକ ସଞ୍ଚୟ କରିଥାଆନ୍ତି । ଶାସ୍ତ୍ର ଅନୁସାରେ କିଛି ରାଶିର ଲୋକେ ଧନ ମାମଲାରେ ଖୁବ୍‌ ଭାଗ୍ୟଶାଳୀ ହୋଇ ଥାଆନ୍ତି ।

ଏହି ରାଶିର ଲୋକେ ନିଜର ସାରା ଜୀବନ ହସଖୁସି-ସୁଖସମୃଦ୍ଧିରେ ଅତିବାହିତ କରି ଥାଆନ୍ତି । ତେବେ ଏଭଳି କିଛି ରାଶି ବିଷୟରେ ଜାଣନ୍ତୁ, ଯେଉଁ ରାଶିର ବ୍ୟକ୍ତି ବିଶେଷ କମ୍‌ ଟଙ୍କା ରୋଜଗାର କଲେ ମଧ୍ୟ ସେମାନଙ୍କୁ ଖୁବ୍‌ ଧନ ସମ୍ପତ୍ତି ପ୍ରାପ୍ତି ହୋଇଥାଏ । ଉନ୍ନତି କରି ଥାଆନ୍ତି । ମାନ-ସମ୍ମାନ ପ୍ରାପ୍ତି କରି ଥାଆନ୍ତି । ଜାଣନ୍ତୁ..

୨୨ ସେପ୍ଟେମ୍ବରରେ ଗଜକେସରୀ ସହ ଦୁର୍ଲ୍ଲଭ ଯୋଗ; ଏହି ୪ ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ, ଖାଲି ହେବ ଲାଭ..

- Advertisement -

ମିଥୁନ – ଏହି ରାଶିର ଲୋକେ ଭବିଷ୍ୟତ ପାଇଁ ଅନେକ ଯୋଜନା କରି ଥାଆନ୍ତି । ଖୁବ୍‌ ବୁଦ୍ଧିମାନ ମଧ୍ୟ । ନିବେଶ ଉପରେ ଯଥେଷ୍ଟ ଭରସା କରି ଲାଭବାନ୍‌ ହୁଅନ୍ତି । ଏମାନଙ୍କ ନିକଟରେ କଦାପି ଟଙ୍କାର ଅଭାବ ହୋଇନଥାଏ । ବ୍ୟବସାୟୀ ମଧ୍ୟ ଲାଭବାନ୍‌ ହୁଅନ୍ତି ।

ସିଂହ – ସିଂହ ରାଶିର ବ୍ୟକ୍ତି ବିଶେଷ ଟଙ୍କା ମାମଲାରେ ଭାଗ୍ୟଶାଳୀ ହୋଇ ଥାଆନ୍ତି । ଏମାନେ ନେତୃତ୍ୱ ନେଇଥାଆନ୍ତି । ନିବେଶ କରି ଲାଭବାନ୍‌ ହୁଅନ୍ତି । ଟଙ୍କାର ସଠିକ୍‌ ଉପଯୋଗ କରି ଧନ ସଞ୍ଚୟ କରି ଥାଆନ୍ତି ।

ମକର – ଏହି ରାଶିର ବ୍ୟକ୍ତି ବିଶେଷ ନିଜ ରୋଜଗାର ଅନ୍ୟ ପାଇଁ ଖର୍ଚ୍ଚ କରନ୍ତି । ଏମାନେ ଆବଶ୍ୟକ ହେଲେ ହିଁ ମହଙ୍ଗା ଜିନିଷ କିଣି ଥାଆନ୍ତି । ଅଯଥାରେ ଟଙ୍କା ଖର୍ଚ୍ଚ କରନ୍ତି ନାହିଁ । ଟଙ୍କା ସଞ୍ଚୟ କରିବାକୁ ପସନ୍ଦ କରନ୍ତି । ଏମାନଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବା ସହ ଧନ ମାମଲାରେ ଖୁବ୍‌ ଭାଗ୍ୟଶାଳୀ ହୋଇଥାଆନ୍ତି ।

ବୃଷ – ଏହି ରାଶିର ଲୋକେ ଯୋଜନା କରି ଟଙ୍କା ସଞ୍ଚୟ କରନ୍ତି । ମହଙ୍ଗା ଜିନିଷ କିଣିବାକୁ ପସନ୍ଦ କରନ୍ତି । କମ୍‌ ରୋଜଗାର କଲେ ମଧ୍ୟ ଏମାନଙ୍କୁ ବିଭିନ୍ନ ଉପାୟରେ ଧନ ମିଳିଥାଏ । ଟଙ୍କା ପାଇଁ କଦାପି ଚିନ୍ତିତ ରୁହନ୍ତି ନାହିଁ ।

ଜାଣନ୍ତୁ; ବିଳମ୍ବିତ ରାତିରେ ଶୋଇଲେ ୫୦%ରୁ ଅଧିକ ଥାଏ ମଧୁମେହ ହେବାର ସମ୍ଭାବନା..

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories