www.samajalive.in
Friday, December 5, 2025
20.1 C
Bhubaneswar

ମୁଖ୍ୟମନ୍ତ୍ରୀ ପଦ ଛାଡିବେ କେଜ୍ରିଓ୍ବାଲ: କହିଲେ ଅଗ୍ନି ପରୀକ୍ଷା ଦେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦ ଛାଡିବେ ଅରବିନ୍ଦ କେଜ୍ରିଓ୍ବାଲ। ଦୁଇ ଦିନ ପରେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବା ନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ମୁଁ ସବୁ ଅଗ୍ନି ପରୀକ୍ଷା ଦେବାକୁ ପ୍ରସ୍ତୁତ ଅଛି। ମୁଁ ଏବଂ ସିସୋସିଆ ଜନତାଙ୍କ ପାଖକୁ ଯିବୁ। ଏବଂ ଜନତା ଯାହା ନିଷ୍ପତ୍ତି ନେବେ ତାହା ହେବ। ଜନତା ନିଜ ନିଷ୍ପତ୍ତି ନ ଜଣାଇବା ଯାଏଁ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବେନି। ଏପରିକି ମନୀଷ ସିସୋଦିଆ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେନାହିଁ। ନିର୍ବାଚନ ଯାଏଁ ଆପ୍‌ର ଅନ୍ୟ ଜଣେ ନେତା କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ରହିବେ। ନଭେମ୍ବର ମାସରେ ମହାରାଷ୍ଟ୍ର ସହ ଦିଲ୍ଲୀ ନିର୍ବାଚନ କରିବାକୁ ଦାବି କରାଯାଇଛି। ବର୍ତ୍ତମାନ ସିବିଆଇ ମାମଲାରେ ଜାମିନ୍ ରେ ଅଛନ୍ତି କେଜ୍ରିଓ୍ବାଲ୍। ସେପଟେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଏଭଳି ନିଷ୍ପତ୍ତିକୁ ପିଆର୍ ଷ୍ଟଣ୍ଟ ବୋଲି କହିଛି ବିଜେପି। ଆହୁରି ମଧ୍ୟ ବିଜେପି କହିଛି ଆପ୍ ଦୁର୍ନୀତିରେ ବୁଡି ରହିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories