www.samajalive.in
Friday, December 5, 2025
26.1 C
Bhubaneswar

ସୁଭଦ୍ରା ଯୋଜନା ସଚେତନତା ଶୋଭାଯାତ୍ରା

କଲମପୁର: କଲମପୁର ବ୍ଲକ ପ୍ରଶାସନ ପକ୍ଷରୁ ରବିବାର ସୁଭଦ୍ରା ଯୋଜନା ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ଅଧିକାରୀ ନିର୍ବାସିନୀ ଦେଈ, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, କ୍ଷେତ୍ର ପରିଦର୍ଶିକା ବାସନ୍ତୀ ନାୟକ, ମିଶନ ଶକ୍ତିର ରୁପଶ୍ରୀ ଚିନ୍ଦା, ଓଡ଼ିଶା ଜିବୀକା ମିଶନର ରିଜିଆନୁସ ଏକ୍କା, ମିଶନ ଶକ୍ତିର ସଭାନେତ୍ରୀ ଲୀଳାବତୀ ରାଉତ, ସମ୍ପାଦିକା ରଞ୍ଜିତା ନାଏକ ପ୍ରମୁଖଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ଅଙ୍ଗନବାଡି କର୍ମୀ, ମିଶନ ଶକ୍ତିର କର୍ମକର୍ତା, ମହିଳା ଗୋଷ୍ଠିର ସଦସ୍ୟା ଏବଂ ଅଞ୍ଚଳର ବହୁ ମହିଳା ଏହି ଶୋଭାଯାତ୍ରାରେ ସାମିଲ ହେଇଥିଲେ। ନିର୍ବାଚନ ପୂର୍ବରୁ ରାଜ୍ୟରେ କ୍ଷମତା ହାସଲ କଲେ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ନେଇ ବିଜେପି ଘୋଷଣା କରିଥିଲା। ଏହି ଘୋଷଣା ମୁତାବକ ବିଜେପି କ୍ଷମତାକୁ ଆସିବା ସହ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ପଦବୀରେ ଅବସ୍ଥାପିତ ହେବାପରେ ମହିଳାଙ୍କୁ ସ୍ୱାବଲମ୍ବୀ ପାଇଁ ସୁଭଦ୍ରା ଯୋଜନା ମାଧ୍ୟମରେ ବାର୍ଷିକ ଦୁଇଟି କିସ୍ତିରେ ୧୦ ହଜାର ଲେଖାଏଁ ୫ ବର୍ଷରେ ୫୦ ହଜାର ଟଙ୍କା ଦେବା ନେଇ ପଦକ୍ଷେପ ନେଇଛନ୍ତି। ଏନେଇ ପଞ୍ଜିକରଣ ଆରମ୍ଭ ହେଇଥିବାବେଳେ ଆଗାମୀ ୧୭ ତାରିଖ ଦିନ ପ୍ରଥମ କିସ୍ତି ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ଏନେଇ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଏକ ସଚେତନତା ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରା ବ୍ଲକ କାର୍ଯ୍ୟାଳୟରୁ ବାହାରି କଲମପୁର ପରିକ୍ରମା କରିଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories