ମଝି ଚିଲିକାରେ ଫସିଲା ଡଙ୍ଗା: ଉଦ୍ଧାର କାର୍ଯ୍ୟ ଜାରି

କୃଷ୍ଣପ୍ରସାଦ: ମଝି ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା। ପୁରୀ ସାତପଡାରୁ ଜହ୍ନିକୁଦା ଘାଟ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ମଏଁସା ନିକଟରେ ଫସି ରହିଛି। ଆଜି ସକାଳେ ଘାଟରୁ ମାତ୍ର ୫ କିଲୋମିଟର ଯିବା ପରେ ଏହି ଘଟଣା ଘଟିଛି। ବୋଟ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିବାବେଳେ ୧୫ଟି ବାଇକ୍ ରହିଛି। ବୋଟ୍‌ରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଅନ୍ୟ ଏକ ବୋଟ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Comments are closed.