www.samajalive.in
Tuesday, December 9, 2025
26.1 C
Bhubaneswar

୫ ବର୍ଷ ହେବ ସରୁନି ଅଙ୍ଗନବାଡି ଘର କାମ

ପାଟଣା : ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ଅନ୍ତର୍ଗତ ହରିଚନ୍ଦନପୁର ଗ୍ରାମରେ ଆଜକୁ ୫ ବର୍ଷ ହେବ ଏକ ଅଙ୍ଗନବାଡିର ନୂତନ ଘର ତିଆରି ଆରମ୍ଭ ହୋଇଛି ମାତ୍ର ଏପର୍ଯ୍ୟନ୍ତ କାମ ସରିବାର ନା ଧରୁନି । ପ୍ରକାଶ ଥାଉ କି ଉକ୍ତ ଗ୍ରାମରେ ପୂର୍ବରୁ ଏକ ଅଙ୍ଗନବାଡି ଥିଲା । ଆଜକୁ ୧୦ ବର୍ଷ ତଳେ ପୁଣି ଗ୍ରାମରେ ଏକ ମିନି ଅଙ୍ଗନବାଡି ଖୋଲା ଗଲା, ତାହା ନୂତନ ଭାବେ ପାଇଥିବା ଅଙ୍ଗନବାଡି ଦିଦିଙ୍କ ଘରେ ଚାଲୁଥିଲା । ବ୍ଲକ ପ୍ରଶାସନ ୫ ବର୍ଷ ତଳେ ଏକ ନୂତନ ଘର ନିର୍ମାଣ ନିମନ୍ତେ ଅନୁଦାନ ଦେଇଥିଲେ । ଘର କାମ କରୁଥିବା ଠିକାଦାର କାମ ଅଧା କରି ମୃତ୍ୟୁବରଣ କରିବାରୁ କିଛି ମାସ କମ ବନ୍ଦ ରହିଲା । ତାପରେ ଯେଉଁ ନୂତନ ଠିକାଦାରଙ୍କୁ ନିଯୁକ୍ତି କରି କାମ କରାଗଲା ସେ ମଧ୍ୟ ଅଳ୍ପ କିଛି କାମ କରି ଆଉ କଲେନି । ପୁଣି ତୃତୀୟ ଠିକାଦାର ନିଯୁକ୍ତ କରି ଛାତ ପର୍ଯ୍ୟନ୍ତ କାମ କରାଗଲା, ତା ପରଠୁ ଘର କାମ ବନ୍ଦ ରହିଛି ବୋଲି ଗ୍ରାମବାସୀ କହିଛନ୍ତି । ଏପଟେ ଅଙ୍ଗନବାଡିରେ ପାଠପଢା ଏକ ପ୍ରକାର ଠପ ହୋଇଯାଇଛି । ତେବେ ଉକ୍ତ କାମ କ’ଣ ପାଇଁ ସମ୍ପୂର୍ଣ୍ଣ ହୋଇପାରୁନାହି, ଘର ପାଇଁ ଆସିଥିବା ଟଙ୍କା ଅଛି ନା ବାଟମାରଣା ହୋଇଗଲାଣି ତାହା ନୂତନ ସରକାର ଅନୁସନ୍ଧାନ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

Hot this week

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

Related Articles

Popular Categories