www.samajalive.in
Monday, December 15, 2025
27.1 C
Bhubaneswar

ମଦ ଜବତ, ୪ ଗିରଫ

ବାସୁଦେବପୁର : ଚୋରା ବିଷାକ୍ତ ମଦ କାରବାରରେ ସଂପୃକ୍ତ ଥିବା ଚାରିଜଣଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ବାସୁଦେବପୁର ଥାନା ଅଧିନ ମେଙ୍କିଛକ ନିକଟରେ ଚୋରା ମଦ କାରବାର କରୁଥିବା ଅଭିଯୋଗରେ ତପନକୁମାର ଶିଅଳ, ଏଡତାଳ ଛକରୁ  ଶଶିକାନ୍ତ ଜେନା, ଅଢୁଆଁ ଛକରୁ କାଳନ୍ଦି ଦାସ ଓ ନୂଆଗାଁ ମଳିକସାହିରୁ ଚନ୍ଦନ ମଳିକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଏହି ସମୟରେ ୨୧୦ ଲିଟର ଚୋରା ଦେଶୀ ବିଶାକ୍ତ ମଦ ଜବତ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ବାସୁଦେବପୁର ଅବକାରୀ ବିଭାଗ ଅଧିକାରୀ ନଟବର ମଲ୍ଲିକଙ୍କ ନେତୃତ୍ୱରେ ଅବକାରୀ ବିଭାଗ କର୍ମଚାରୀ ନାଣ୍ଡୁ ନାୟକ, ସତ୍ୟରଞ୍ଜନ ସେଠୀ, ଖଗେଶ୍ୱର ଜେନା, ମନୋରଞ୍ଜନ ରଣା ଓ ସୁଭଦ୍ରା ବାରିକପ୍ରମୁଖ ଚଢାଉରେ ସାମିଲ ଥିଲେ ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories