ମିଠା ପ୍ୟାକେଟରେ ଟଙ୍କା ଦେଇ ବନ୍ଧାହେଲେ ଅଧିକାରୀ
ବରଗଡ଼ : ମିଠା ପ୍ୟାକେଟରେ ଟଙ୍କା ଦେଇ ବନ୍ଧା ହେଲେ ଏକ ସିମେଣ୍ଟ କମ୍ପାନୀର ଚିଫ୍ ମାନୁଫ୍ୟାକ୍ଚରିଂ ଅଫିସର । ବରଗଡ ଜିଲାପାଳଙ୍କୁ ମିଠା ପ୍ୟାକେଟରେ ୨ ଲକ୍ଷ ଟଙ୍କା ଲାଞ୍ଚ ଦେବାବେଳେ ଅଫିସର ରାମଭବ ଗଟ୍ଟୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ସେ ବରଗଡ ଜିଲାପାଳ ଆଦିତ୍ୟ ଗୋଏଲଙ୍କୁ ଫୁଲତୋଡା ସହ ଏକ ମିଠା ପ୍ୟାକେଟ୍ ଦେଇଥିଲେ । ପରେ ପିଅନ ମିଠା ପ୍ୟାକେଟ୍ ଖୋଲିବାରୁ ସେଥିରେ ଟଙ୍କା ଥିବା କହିଥିଲା । ଖବର ପାଇ ଭିଜିଲାନ୍ସ ରାମଭବ ବଟ୍ଟୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Comments are closed.