www.samajalive.in
Wednesday, December 10, 2025
18.1 C
Bhubaneswar

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ନୂଆ ମୋଡ଼, ନ୍ୟାୟ ପାଇଁ ଆଗକୁ ଆସିଲା ଦିବ୍ୟାଙ୍ଗ ସଂଘ

ସିମୁଳିଆ : ସିମୁଳିଆ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ଗୋ ମିତ୍ରର ଦୁଷ୍କର୍ମ, ଭାରସାମ୍ୟ ହରାଇ ଯୁବତୀ ବିଷ ପାନ କରି ଜୀବନ ହାରିଦେବା ଘଟଣାର ଆଜି ନୂଆ ମୋଡ ଦେଖିବାକୁ ମିଳିଛି । ରାଜ୍ୟ ଦିବ୍ୟାଙ୍ଗ ସଂଘ ଥାନାରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ବାଙ୍ଗରଖଡ଼ିଗଡିଆ ପଞ୍ଚାୟତର ମୁକ ଯୁବତୀଙ୍କ ପରିବାରରେ କେହି ନ ଥିବାର ସୁଯୋଗ ନେଇ ଜୈନିକ ଗୋମିତ୍ର ସଞ୍ଜୟ ସାହୁ ବିବାହର ପ୍ରତିଶ୍ରୁତି ଦେଇ ବଳ ପୂର୍ବକ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଦିବ୍ୟାଙ୍ଗ ଯୁବତୀ ଲୋକ ଲଜ୍ଜାରେ ୨ତାରିଖ ରାତିରେ ବିଷ ପିଇ ମୃତ୍ୟୁବରଣ କରିଥିଲେ ।

ଏ ସମ୍ପର୍କରେ ଯୁବତୀଙ୍କ ବାପା ସିମୁଳିଆ ଥାନାରେ ଗତ ଚାରି ତାରିଖରେ ଅଭିଯୋଗ କରିଥିଲେ ହେଁ ପୁଲିସ ପକ୍ଷରୁ କୌଣସି ତଦନ୍ତ କରାଯାଇନାହିଁ । ପରେ ୬ ତାରିଖ ଦିନ ଝିଅର ବାପା ଅଭିଯୋଗ ଭିତ୍ତିହୀନ ଦର୍ଶାଇ ଥାନାରୁ ଅଭିଯୋଗ ଉଠାଇ ଆଣିଥିଲେ । ଏଭଳି ସମ୍ବେଦନଶୀଳ ଘଟଣାକୁ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ତାହା ଏବେ କୌତୁହଳ ସୃଷ୍ଟି କରିଛି।  ଏହି ଖବର ସମାଜ କାଗଜରେ ଖବର ପ୍ରକାଶ ପରେ ଆଜି ଅଲ ଓଡ଼ିଶା ରାଜ୍ୟ ଦିବ୍ୟାଙ୍ଗ ଜନ କଲ୍ୟାଣ ସଂଘର ରାଜ୍ୟ ସଭାପତି ନାରାୟଣ ରାଉତ ଓ ସାଧାରଣ ସମ୍ପାଦିକା ଝୁନୁଲତା ଦାସ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି । ସମସ୍ତ ଖବର ଶୁଣିବା ପରେ ଧମକ ଦେଇ ଅଭିଯୋଗ ଉଠାଇବା ପାଇଁ ବାଧ୍ୟ କରାଯାଇଥିବା ଜଣାପଡିଥିଲା । ଆଜି ପୀଡିତାଙ୍କ ପରିବାର ସିମୁଳିଆ ଥାନାରେ ପୁନର୍ବାର ଅଭିଯୋଗ କରିବା ସହ ସଂଘ ପକ୍ଷରୁ ମଧ୍ୟ ଆଉ ଏକ ପୃଥକ ଅଭିଯୋଗ ହୋଇଥିବା ଜଣାପଡିଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ସଂଘ । ନଚେତ ୭ଦିନ ଭିତରେ ଥାନା ସମ୍ମୁଖରେ ତୀବ୍ର ଆନ୍ଦୋଳନ କରିବାକୁ ସଂଘ  ଚେତାବନୀ ଦେଇଛି ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories