www.samajalive.in
Saturday, December 6, 2025
23.1 C
Bhubaneswar

ବାସ୍‌ ଗୋଟିଏ ଗ୍ଲାସ ଉଷୁମ କ୍ଷୀର; ଅମୃତ ସମାନ,ଏମିତି ପିଇଲେ ମିଳିବ ଚମତ୍କାରୀ ଲାଭ..

ଉଷୁମ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ । ଆୟୁର୍ବେଦରେ ମଧ୍ୟ କ୍ଷୀରକୁ ସମ୍ପୂର୍ଣ୍ଣ ଆହାର ବୋଲି କୁହାଯାଇଛି। ଏଥିରେ ଥିବା କ୍ୟାଲସିୟମ, ପ୍ରୋଟିନ ଓ ଅନ୍ୟ ପୋଷକ ତତ୍ତ୍ୱ ଶରୀର ପାଇଁ ବେଶ ଉପକାରୀ । ଜାଣନ୍ତୁ ନିୟମିତ ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ କି କି ଲାଭ ମିଳିଥାଏ।

ଉତ୍ତମ ନିଦ ପାଇଁ..

- Advertisement -

ଉଷୁମ କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଉତ୍ତମ ନିଦରେ ସହାୟକ ହୋଇଥାଏ । ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ । ଚିନ୍ତା ଦୂର ହୋଇଥାଏ । ଫଳରେ ଭଲ ନିଦ ହୋଇଥାଏ । ଏହା ମେଲାଟୋନିନ ଉତ୍ପାଦନକୁ ବଢାଇ ଦେଇଥାଏ । ଯାହା ନିଦ ପାଇଁ ଆବଶ୍ୟକ ହେଉଥିବା ହରମୋନ ।

ବୃହସ୍ପତିଙ୍କ ପ୍ରଭାବ; ୨୦୨୪ ଶେଷ ପର୍ଯ୍ୟନ୍ତ ଏହି ରାଶି ହେବେ ଭାଗ୍ୟଶାଳୀ, ଭାଗ୍ୟ ବଦଳିବ, ହଠାତ୍‌ ମିଳିବ ଧନ..

ହାଡ ମଜଭୁତ ପାଇଁ..

କ୍ଷୀର କ୍ୟାଲସିୟମର ସବୁଠାରୁ ଉତ୍ତମ ସ୍ରୋତ । ଏହା ହାଡ ଓ ଦାନ୍ତକୁ ମଜଭୁତ କରିବାରେ ସହାୟକ ହୋଇଥାଏ । ନିୟମିତ ଉଷୁମ କ୍ଷୀର ପିଇବା ଦ୍ୱାରା ହାଡ ଜନିତ ସମସ୍ୟା ଦୂର ହୋଇଥାଏ ।
ଉଷୁମ କ୍ଷୀର ପାଚନ ପାଇଁ ଲାଭଦାୟକ । ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ । ପେଟ ଜନିତ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ପେଟର ଜଳାପୋଡାକୁ ମଧ୍ୟ ଦୂର କରିଥାଏ ।

ଚିନ୍ତା ଦୂର କରିଥାଏ..

ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ । ଚିନ୍ତା ଦୂର ହୋଇଥାଏ । ମନକୁ ଖୁସି ମଧ୍ୟ କରିଥାଏ ।
ଉଷୁମ କ୍ଷୀର ପିଇବା ଦ୍ୱାରା ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ । କ୍ଷୀର ପିଇବା ଦ୍ୱାରା ଭୋକ କମ୍‌ ହୋଇଥାଏ । ଫଳରେ ବାରମ୍ବାର ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ ।

ଭାରତୀୟଙ୍କ ପାଇଁ ଚାକିରି; ୨ ଲକ୍ଷ ଦରମା, ମାଗଣାରେ ରହିବା,ଖାଇବା, ଚିକିତ୍ସା : ଏଠାରେ ମିଳିବ ନିଯୁକ୍ତି..

ତ୍ୱଚା ଓ ହୃଦୟ ପାଇଁ..
କ୍ଷୀରରେ ଥିବା ଭିଟାମିନ ଓ ଖଣିଜ ତ୍ୱଚାକୁ ସୁସ୍ଥ ରଖିଥାଏ । କ୍ଷୀରରେ ଥିବା ପୋଟାସିୟମ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ସହାୟକ ହୋଇଥାଏ ।

କେଉଁ ସମୟରେ ପିଇବେ..
ରାତିରେ ଶୋଇବା ପୂର୍ବରୁ ନିୟମିତ ଏକ ଗ୍ଲାସ ଉଷୁମ କ୍ଷୀର ପିଇବା ସବୁଠାରୁ ଲାଭଦାୟକ ।
କ୍ଷୀରରେ ସାମାନ୍ୟ ମହୁ କିମ୍ବା ଡାଲଚିନି ମଧ୍ୟ ମିଶାଇ ପାରିବେ ।
ମାତ୍ର ଆବଶ୍ୟକତା ଠାରୁ ଅଧିକ କିମ୍ବା ଅଧିକ ପରିମାଣରେ ଉଷୁମ କ୍ଷୀରର ସେବନ କରନ୍ତୁ ନାହିଁ ।
ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ ଅନେକ ପୋଷକ ତତ୍ତ୍ୱ ମିଳିବା ସହ ଅନେକ ରୋଗରୁ ଏହା ରକ୍ଷା କରିଥାଏ । ଶରୀର ସୁସ୍ଥ ରହିଥାଏ ।
ଯଦି ଅନ୍ୟ କୌଣସି ରୋଗ ରହିଛି, ତେବେ ଡାକ୍ତରଙ୍କ ପରାମର୍ଶରେ କ୍ଷୀର ସେବନ କରନ୍ତୁ ।

ଦେଖନ୍ତୁ ଭିଡିଓ; ଆତ୍ମହତ୍ୟା କରିବା ପାଇଁ ରେଳ ଧାରଣାରେ ଯୁବତୀ, ସୁଲୁସୁଲିଆ ପବନରେ ନିଦ ଆସିଲା, ଟ୍ରେନ୍‌ ଆସିଲା, ତା’ପରେ..

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories