www.samajalive.in
Sunday, December 14, 2025
19.1 C
Bhubaneswar

ଦୁର୍ଗୋତ୍ସବ ପାଇଁ ଭଉଣୀ କାଳିଜାଈଙ୍କୁ ନିମନ୍ତ୍ରଣ କରିଲେ ମା’ ଭଗବତୀ

ବାଣପୁର: ରାଜ୍ୟର ପ୍ରମୁଖ ଶକ୍ତିପୀଠ ବାଣପୁରର ମା’ ଭଗବତୀ’ଙ୍କ ପୀଠରେ ଆସନ୍ତା ଦୁର୍ଗୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଭଉଣୀ କାଳିଜାଈଙ୍କୁ ନିମନ୍ତ୍ରଣ ଜଣାଇବା ପାଇଁ ଲଳିତା ସପ୍ତମୀ ରାତ୍ରରେ ମା’ ଭଗବତୀ ଚିଲିକା ଗସ୍ତ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ମା’ ଭଗବତୀଙ୍କ ପୀଠରେ ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ପାଳିତ ହୁଏ ଦୁର୍ଗୋତ୍ସବ । ଏଥିପାଇଁ ପ୍ରାୟ ଛଅମାସ ପୂର୍ବରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି । ମା’ ଭଗବତୀଙ୍କ ଷୋଡଦିନ ବ୍ୟାପୀ ଶାରଦୀୟ ପୂଜାରେ ଯୋଗ ଦେବା ପାଇଁ ବାଣପୁରର ଚାରି ଦିଗ ରକ୍ଷାକାରିଣୀ ନିଜର ଭଉଣୀମାନଙ୍କୁ ମା’ ଭଗବତୀ ବର୍ଷର ବିଭିନ୍ନ ସମୟରେ ନିମନ୍ତ୍ରଣ କରିଥାନ୍ତି । ଚୈତ୍ର କୃଷ୍ଣ ଅଶୋକାଷ୍ଟମୀରେ ଦକ୍ଷିଣଦିଗ ରକ୍ଷାକାରିଣୀ ଭାଲେରୀ ପାହାଡ଼ସ୍ଥିତ ମା” ନାରାୟଣୀଙ୍କୁ, ପଣା ସଂକ୍ରାନ୍ତି ଦିନ ଉତ୍ତର ଦିଗ ରକ୍ଷାକାରିଣୀ ସୋଲରୀ ପାହାଡ଼ରେ ଥିବା ମା’ ସିଦ୍ଧାମ୍ବରୀଙ୍କୁ, ଲଳିତା ସପ୍ତମୀରେ କାଳିଜାଈଙ୍କୁ ନିମନ୍ତ୍ରଣ କରିଥିବା ବେଳେ ଆଶ୍ୱିନ ଅମାବାସ୍ୟା ଦିନ ପଶ୍ଚିମ ଦିଗ ରକ୍ଷାକାରିଣୀ ମା’ ବିରଜାଈଙ୍କୁ ଦୁର୍ଗୋତ୍ସବ ପାଇଁ ନିମନ୍ତ୍ରଣ କରିବେ ।

- Advertisement -

ସୋମବାରେ ପବିତ୍ର ଷଷ୍ଠି ଓଷାରେ ମନ୍ଦିରରେ ମଙ୍ଗଳ କଳସ ସ୍ଥାପନ ପରେ ଭାଦ୍ରବ ଶୁକ୍ଳ ସପ୍ତମୀ ବା ଲଳିତା ସପ୍ତମୀ ମଙ୍ଗଳବାର ରାତିର ପ୍ରଥମ ପ୍ରହରରେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ପାଳିଆ ମାଳି, ପୂଜକ, ଘଣ୍ଟୁଆ, ମଶାଳଧାରୀ ପ୍ରଭୃତି ସେବକଙ୍କ ଗହଣରେ ମନ୍ଦିରରୁ ବାହାରି ଚିଲିକା କୂଳରେ ବିଜେ ହୋଇଥିଲେ । ମା’ କାଳିଜାଈଙ୍କଠାରୁ ଏକ ଡଙ୍ଗାରେ ଅଣା ଯାଇଥିବା ଆଜ୍ଞାମାଳ ନିଧାରିତ ବିଧି ଅନୁସାରେ ଗ୍ରହଣ କରି ଚିଲିକାରେ ଜଳକ୍ରୀଡା କରି ମା’ଭଗବତୀ ଫେରିଥିଲେ। ଫେରିବା ବାଟରେ ବାଲୁଗାଁ ସମେତ ଗୁଣ୍ଡୁରୁପୁର , ପାଟଣାସାହି, ଅନ୍ତରକିଆରୀ ପ୍ରଭୃତି ଗ୍ରାମରେ ଭୋଗ ଗ୍ରହଣ କରି ଦକ୍ଷ ପ୍ରଜାପତି ମନ୍ଦିରକୁ ଫେରିବା କାର୍ଯ୍ୟକ୍ରମ ରହିଛି ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories