www.samajalive.in
Sunday, December 7, 2025
16.1 C
Bhubaneswar

ଦୟା ନଦୀରେ ହେବ ୫ଟି ମେଗା ପ୍ରକଳ୍ପ; ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାଏକ

ଭୁବନେଶ୍ୱର: ଦୟା ନଦୀରେ ହେବ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ। ଏନେଇ ବିଧାନସଭାରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ପ୍ରଶ୍ନରେ ଉତ୍ତର ଦେଇ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାର କେନ୍ଦ୍ରର ଜଳ ସମ୍ପଦ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁନଥିଲେ। ଫଳରେ ପ୍ରକଳ୍ପ କାମ ଶେଷ ହେବାରେ ଅନେକ ବିଳମ୍ବ ହୋଇଛି। ଠିକ୍‌‌ ସମୟରେ ସର୍ଭେ, ଡିପିଆର ପ୍ରସ୍ତୁତ ହୋଇନାହିଁ। ବହୁ ବିଳମ୍ବ ହୋଇଥିବା ପ୍ରକଳ୍ପ ଗୁଡିକୁ ସରକାର ୨୦୨୬ରେ ଶେଷ କରିବାକୁ ପ୍ରୟାସ କରୁଛନ୍ତି। ଦୟାରୁ ଜଳ ଉଠାଣ ପାଇଁ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ ଡେଲାଙ୍ଗରେ ହେବ। ଏସମ୍ପକରେ ବାଚସ୍ପତି କହିଛନ୍ତି ଯେ ପ୍ରଦୂଷଣ ମୁକ୍ତ ଜଳ ସଂରକ୍ଷଣକୁ ସରକାର ଗୁରୁତ୍ୱ ଦିଅନ୍ତୁ। ସେହିପରି ଲୁଣି ପାଣି ହେବ ପିଇବା ପାଣି ଯୋଗ୍ୟ। ଯାଜପୁରର ଅନେକ ସ୍ଥାନରେ ଲୁଣି ପାଣି ସମସ୍ୟା ଦୀର୍ଘ ଦିନ ହେବ ରହିଆସିଛି। ଲୁଣିପାଣିକୁ ମଧୁର ଜଳରେ ପରିଣତ କରିବାକୁ ଟେକ୍ନୋଲୋଜି ଏଯାଏଁ ରାଜ୍ୟରେ କାର୍ଯ୍ୟକାରୀ ହୋଇନାହିଁ, ହେଲେ ସମସ୍ୟା ଦୂରେଇବାକୁ ଏକ କମ୍ପାନୀ ସହ ଆଲୋଚନା ଚାଲିଥିବା ମନ୍ତ୍ରୀ କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories