www.samajalive.in
Tuesday, December 9, 2025
16.1 C
Bhubaneswar

ମୂର୍ତ୍ତି କାରିଗରଙ୍କ ଅକାଳ ମୃତ୍ୟୁ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ତଥା ଔପଦା ବ୍ଲକ ଅଧୀନ ଈଶ୍ୱରପୁର ପଞ୍ଚାୟତରେ ଜଣେ ପଥର ମୂର୍ତ୍ତି କାରିଗରଙ୍କ ଅକାଳ ମୃତ୍ୟୁ ଘଟିଛି। ପିଞ୍ଛାବଣିଆ ଗାଁର ସୁବାସ ଚନ୍ଦ୍ର ବିଶ୍ୱାଳ(୪୪) ମହାରାଷ୍ଟ୍ର, ଗୁଜୁରାଟ ପ୍ରଭୃତି ଅଞ୍ଚଳରେ ପଥର ମୂର୍ତ୍ତି ତିଆରି କରୁଥିଲେ।

ଏହି ମୂର୍ତ୍ତି ତିଆରି ସମୟରେ ଉଡୁଥିବା ପଥରଗୁଣ୍ଡ ସବୁ ତାଙ୍କ ଛାତିରେ ଲାଗି ଦୀର୍ଘବର୍ଷ ହେବ ଯନ୍ତ୍ରଣା ଭୋଗୁଥିଲେ। ପ୍ରାୟ ୬ମାସ ପୂର୍ବେ ସେ ସେଠାରୁ ପଳାଇ ଆସି ଗାଁରେ ରହି ଚିକିତ୍ସିତ ହେଉଥିଲେ। ଛାତିରେ ପଥରଗୁଣ୍ଡ ଜମାଟ ହୋଇ ତାଙ୍କର ଅକାଳ ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

- Advertisement -

ଖବରପାଇ ମରଶରୀର ନିକଟରେ ସ୍ଥାନୀୟ ଅଞ୍ଚଳର ସମାଜସେବୀ ଟୁଟୁ ପାଣିଗ୍ରାହୀ, ମାନସ ପାତ୍ର, ଅନନ୍ତ ଗିରି, ସୁଧାନିଧି ମଲିକ, ଗିରିଧାରୀ ଜେନା ପ୍ରମୁଖ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories